[anugul-dhenkanal] - ଏମସିଏଲ ଖଣିରେ ଦୁର୍ଘଟଣା: ଦୁଇ ଆହତ

  |   Anugul-Dhenkanalnews

ତାଳଚେର, ୧୮।୧୦ (ନି.ପ୍ର.): ଏମସିଏଲର ଲିଙ୍ଗରାଜ କୋଇଲା ଖଣି ଭିତରେ ଦୁର୍ଘଟଣା। ଗୁରୁବାର ସକାଳ ପ୍ରାୟ ୫ଟା ବେଳେ ଏକ ଡ୍ରମ୍ଫର୍‌ ସମ୍ମୁଖ ପଟୁ ଆସୁଥିବା ଏକ ବାଲେରୋ ଗାଡିକୁ ଧକ୍କା ଦେଇଥିଲା। ବୋଲେରୋଟି ଭାଙ୍ଗି ଚୁରମାର ହୋଇଥିଲା। ଚାଳକ ସହିତ ୨ ଜଣ ଗାଡି ଭିତରେ ଚାପି ହୋଇ ରହିଥିଲେ। ଏକ କ୍ରେନ ଦ୍ୱାରା ଗାଡିକୁ ଟେକି ରଖି କଟର ଦ୍ୱାରା ଗାଡିକୁ କାଟି ଚାଳକ ବିକ୍ରମ ପ୍ରଧାନକୁ ଓ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣି ସୁରକ୍ଷା ବିଭାଗ ଓ ଖଣି କର୍ତ୍ତୃପକ୍ଷ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉ ନ ଥିବାରୁ ବାରମ୍ବାର ଖଣିରେ ଦୁର୍ଘଟଣା ଘଟୁଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଫୋଟୋ - http://v.duta.us/qGnl7QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/yv1fdQAA

📲 Get Anugul-dhenkanal News on Whatsapp 💬