[anugul-dhenkanal] - ଫସଲ ନଷ୍ଟ କଲେ ହାତୀପଲ

  |   Anugul-Dhenkanalnews

ମାଧପୁର, ୧୮ା୧୦- ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳର ଖଜୁରିଝରଣ ଗ୍ରାମରେ କିଛିଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ମଙ୍ଗଳବାର ରାତିରେ ହାତୀ ପଲ ଗ୍ରାମର ପ୍ରମୋଦ ସ୍ବାଇଁ, ଜୟଶ୍ରୀ ସ୍ବାଇଁ, ବସନ୍ତ ସ୍ବାଇଁ, ବାଲ୍ମୀକି ସ୍ବାଇଁ, ପୁରୁଷୋତ୍ତମ ସ୍ବାଇଁ, ପୁଷ୍ପାଞ୍ଜଳି ସ୍ବାଇଁ, ଦୁଲାଲ ସ୍ବାଇଁ, ଅକ୍ରୁର ସ୍ବାଇଁ, ସର୍ବେଶ୍ୱର ନାୟକ, ସୁଗ୍ରୀବ ନାୟକ ପ୍ରମୁଖଙ୍କ ଏକର ଏକର ଚାଷ ଜମିରେ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି। ରାତି ପ୍ରାୟ ୧୦ଟାରେ ୧୭ରୁ ୧୮ ହାତୀ ଗ୍ରାମରେ ପଶିଥିବାବେଳେ ଲୋକେ ଘଉଡାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ତୁରନ୍ତ ହାତୀପଲକୁ ଘଉଡାଇବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ଫୋଟୋ - http://v.duta.us/o-ypwwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/bfq-nQAA

📲 Get Anugul-dhenkanal News on Whatsapp 💬