[anugul-dhenkanal] - ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ୨ ଗୁରୁତର

  |   Anugul-Dhenkanalnews

ବଇଣ୍ଡା,୧୮।୧୦(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ଡେବେରାପାଲି ତେଲ ଟାଙ୍କି ନିକଟରେ ଗୁରୁବାର ଅପରାହ୍ନରେ ଏକ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ। ଉଭୟେ ହଣ୍ଡପା ଥାନା ସାତପେରେଡ଼ିଆ ଗ୍ରାମର ବୋଲି ପୋଲିସ କହିଛି। ସ୍ଥାନୀୟବାସୀ ସେମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଦୁର୍ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ହଣ୍ଡପା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପ୍ରକାଶ ଯେ, ଏକ ବାଇକ(ନଂ.ଓଆର୦୫ଡବ୍ଲ୍ୟୁ୩୩୧୯)ରେ ଉଭୟେ ବଇଣ୍ଡାରୁ ସାତପେରେଡ଼ିଆ ଗ୍ରାମ ଅଭିମୁଖେ ଯାଉଥିବାବେଳେ ସମ୍ବଲପୁରରୁ ଅନୁଗୋଳ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।

ଫୋଟୋ - http://v.duta.us/__98-gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/pSM0lQAA

📲 Get Anugul-dhenkanal News on Whatsapp 💬