[anugul-dhenkanal] - ‘ବଳଦ’ ଯୋଡୁଛନ୍ତି ସମ୍ପର୍କ

  |   Anugul-Dhenkanalnews

ଭୁବନ, ୧୮।୧୦: ଭାରତୀୟ ସଂସ୍କୃତି ଏବଂ ଅର୍ଥନୀତିରେ ଭାରବାହୀ ପ୍ରାଣୀଙ୍କ ଅବଦାନ ଅନନ୍ୟ। ଆଉ କଥା ଯେବେ ଗ୍ରାମାଞ୍ଚଳର କୃଷିକୁ ନେଇ ଉଠେ, ସେତେବେଳେ ବଳଦଙ୍କ ଭୂମିକାକୁ ଅଣଦେଖା କରାଯାଇ ନ ପାରେ। ଏହି ପରିପ୍ରେକ୍ଷୀରେ ମନୁଷ୍ୟ ଏବଂ ଗୃହପାଳିତ ପ୍ରାଣୀଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ଜନମାନସରେ ପରିଚିତ କରାଇବାକୁ ଅବସର ଆଣିଦିଏ ବଳଦଯାତ୍ରା।

ଏସିଆ ମହାଦେଶର ସର୍ବବୃହତ୍‌ ଗଁା ଭୁବନର ଅନ୍ୟତମ ପରିଚୟ ବଳଦଯାତ୍ରା। କେଉଁ ଆବାହମାନ କାଳରୁ ଏହି ଯାତ୍ରା ପାଳିତ ହୋଇ ଆସୁଛି। ହେଲେ ୧୯୪୬ରୁ ଏଥିରେ ଦଶହରା ଦୁର୍ଗାପୂଜା ଏବଂ ୧୫ବର୍ଷ ତଳେ ଆରମ୍ଭ ହୋଇଥିବା ରାବଣପୋଡ଼ି ଯୋଡ଼ି ହୋଇଯିବାପରେ ବଦଳି ଯାଇଛି ଯାତ୍ରାର କଳେବର। ଲଣ୍ଠନ, ପେଟ୍ରୋମାକ୍ସ ଲାଇଟ୍‌ରେ ହେଉଥିବା ଯାତ୍ରାରେ ଏବେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ବାଦବିବାଦ ଭୁଲି ଏଥିରେ ସାମିଲ ହେଉଛନ୍ତି ଅଞ୍ଚଳବାସୀ। ବାଣିଜ୍ୟ ପରମ୍ପରାରୁ ଆରମ୍ଭ ହୋଇଥିଲା ବଳଦଯାତ୍ରା। ଏହାକୁ ଆଗକୁ ନେଇଥିଲେ ଥୋରିଆ ସମ୍ପ୍ରଦାୟର ଲୋକେ। ଭୁବନରେ ଶତାଧିକ ଥୋରିଆ, ବଣିଆ, କଂସାରି ସମ୍ପ୍ରଦାୟର ଲୋକେ ବାସ କରନ୍ତି। ସେମାନେ ମୁଖ୍ୟତଃ ବାଣିଜ୍ୟ, ବ୍ୟବସାୟ ଉପରେ ନିର୍ଭର କରିଥାନ୍ତି। ଆଗ କାଳରେ ବାଣିଜ୍ୟ ଲାଗି ରାସ୍ତାଘାଟ ଏବଂ ଯାନବାହନର ଏତେଟା ସୁବିଧା ନ ଥିଲା। ଏଣୁ କଞ୍ଚାମାଲ ନେବା ଆଣିବାରେ ପ୍ରମୁଖ ଭୂମିକା ନେଉଥିଲେ ବଳଦ। ବଳଦ ଭଳି ଗୃହପାଳିତ ପ୍ରାଣୀଙ୍କ ଲାଗି ବ୍ୟବସାୟୀଙ୍କ ଆର୍ଥିକସ୍ଥିତି ବେଶ୍‌ ଉଚ୍ଚକୋଟୀର ହୋଇପାରିଥିଲା। ଏଣୁ ବଳଦକୁ ପ୍ରତୀକ ଭାବେ ବିଚାରକୁ ନେଇ ବଳଦଯାତ୍ରା ଆରମ୍ଭ ହୋଇଥିବା ଅଞ୍ଚଳର ବୟସ୍କ ବ୍ୟକ୍ତିମାନେ କୁହନ୍ତି। ଆଭୂଷଣ ହିଁ ଆକର୍ଷଣପବିତ୍ର ମହାଳୟାଠାରୁ ଆରମ୍ଭ ହୁଏ ବଳଦଯାତ୍ରାର ଆଦ୍ୟପର୍ବ। ଉକ୍ତ ଦିନ ଥୋରିଆ ସମ୍ପ୍ରଦାୟର ଲୋକେ ମେରି ପକାଇ ବଳଦଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏହାପରେ ଆରମ୍ଭ ହୁଏ ଅଭ୍ୟାସ ଯାତ୍ରା। ପାରମ୍ପରିକ ବାଦ୍ୟର ତାଳେତାଳେ ବଳଦଙ୍କୁ ଅଭ୍ୟସ୍ତ କରିବାକୁ ପ୍ରଶିକ୍ଷଣ ଦିଆଯାଏ। ତେବେ ଶୋଭାଯାତ୍ରାରେ ସାମିଲ ହୋଇଥିବା ବଳଦଙ୍କୁ ପିନ୍ଧାଯାଇଥାଏ ଭଳିକି ଭଳି ଆଭୂଷଣ। ମୁହଁରେ କଉଡ଼ିରେ ନିର୍ମିତ ମୁହଁକାର, ଶିଙ୍ଗରେ ଶିଙ୍ଗୁଆଳ, ଯେଉଁଥିରେ ବଗ ଓ ମୟୂର ପରରେ ନିର୍ମିତ ରଙ୍ଗବେରଙ୍ଗ ଟାହିଆ, ପିଠିରେ ପଲାଣ, ବେକରେ ଘାଘୁଡ଼ି ଏବଂ ଗୋଡ଼ରେ ଆଣ୍ଠୁକାର, ପଟ୍ଟାହାର, ଲାଞ୍ଜରେ ଲାଞ୍ଜୁଆତି ପିନ୍ଧାଯିବା ପରେ ବଳଦମାନେ ଆକର୍ଷଣୀୟ ହୋଇଉଠନ୍ତି। ଏଥିସହ ବାଉଁଶରେ ନିର୍ମିତ ବିମାନ ବଳଦଙ୍କ ପିଠିରେ ଶୋଭାବର୍ଦ୍ଧନ କରିଥାଏ। ହେଲେ ଏବେକାର ସମୟରେ ବଳଦଙ୍କ ଶିଙ୍ଗରେ ବନ୍ଧାଯାଉଥିବା ବଗପର ମିଳିବା କଷ୍ଟକର ହୋଇଗଲାଣି। ତେଣୁ ଅତ୍ୟାଧୁନିକ ଆଲୋକମାଳକୁ ଗୁରୁତ୍ୱ ଦେଉଛନ୍ତି ବଳଦିଆ।ବଢ଼ିଗଲାଣି ଖର୍ଚ୍ଚସମୟ ସହିତ ବଦଳିଛି ବଳଦଯାତ୍ରା। କିଛି ବର୍ଷ ତଳେ ଗୋଟିଏ ବଳଦକୁ ସାଜସଜ୍ଜା କରିବାକୁ ଖର୍ଚ୍ଚ ହେଉଥିଲା ୩ରୁ ୪ ହଜାର ଟଙ୍କା । ଏବେ ଏହା ଦେଢ଼ ଲକ୍ଷ ଟପିଲାଣି। ଏହି କାରଣରୁ ଯାତ୍ରାରେ ସାମିଲ ହେଉଥିବାବେଳେ ବଳଦ ସଂଖ୍ୟା ୪୦ ତଳକୁ ଖସି ଆସିଲାଣି। ଅଞ୍ଚଳବାସୀ ପରମ୍ପରା ବଞ୍ଚାଇ ରଖିବାକୁ ଭଡ଼ାରେ ବଳଦ ଆଣୁଛନ୍ତି। ଏଥି ଲାଗି ସେମାନଙ୍କୁ ୧୦ ହଜାର ଟଙ୍କା ଯାଏ ଖର୍ଚ୍ଚ କରିବାକୁ ପଡ଼ୁଛି।...

ଫୋଟୋ - http://v.duta.us/Wp_jxgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/7-w8qQAA

📲 Get Anugul-dhenkanal News on Whatsapp 💬