[anugul-dhenkanal] - ମା’ଙ୍କ ନବମୀ ପୂଜା: କଳାହୀରାର ସହର ତାଳଚେର ଚଳଚଞ୍ଚଳ

  |   Anugul-Dhenkanalnews

ତାଳଚେର,୧୮ା୧୦(ନି.ପ୍ର.)- କଳାହୀରାର ସହର ତାଳଚେରରେ ଗୁରୁବାର ମା’ ଦୁର୍ଗାଙ୍କ ନବମୀ ପୂଜା ଧୁମ୍‌ଧାମରେ ପାଳିତ ହୋଇଛି। ଏଥିଯୋଗୁ ସମଗ୍ର ସହର ଚଳଚଞ୍ଚଳ ହୋଇଉଠିଛି। ତାଳଚେର କୋଲ ଫିଲଡ୍ସର ବଳରାମ, ହିଙ୍ଗୁଳା, ଭରତପୁର, ଜଗନ୍ନାଥ, ଅନନ୍ତ, ଲିଙ୍ଗରାଜ, ନନ୍ଦିରା, ତାଳଚେର କଲୀୟରୀ, ସାଉଥବଲଣ୍ଡା, ଡେରା, ଦେଉଳବଡା ଆଦି ପୀଠରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ପୂଜା କମିଟି ଭିନ୍ନଭିନ୍ନ ଶୈଳୀରେ ତୋରଣ ନିର୍ମାଣ କରିଛନ୍ତି। ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ମଣ୍ଡପ ନିକଟରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଇନଶୃଙ୍ଖଳା ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ, ପ୍ରଶାସନ, ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୦ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଫୋଟୋ - http://v.duta.us/Q6w8IgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/0sO8LgAA

📲 Get Anugul-dhenkanal News on Whatsapp 💬