[anugul-dhenkanal] - ଲୋକକଳାକୁ ଗୁରୁତ୍ୱ ଦେବା ଜରୁରୀ

  |   Anugul-Dhenkanalnews

ଭୁବନ,୧୮।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ନୂଆ ଭୁବନ ଦୁର୍ଗାପୂଜା ମଣ୍ଡପଠାରେ ଭଜନ ସା ଅନୁଷ୍ଠିତ ହୋଇଯାଇଛି। ମୀରାବାଈ କଳାବିକାଶ କେନ୍ଦ୍ରର କଳାକାରମାନେ ଏଥିରେ ଯୋଗଦେଇ ବିଭିନ୍ନ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା ମାୟାଧର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଡ. ବସନ୍ତ କୁମାର ବେହେରା ଯୋଗଦେଇ କହିଲେ, ଆଜିର ଯୁବପିଢି ଆଧୁନିକ କଳାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ପୁରାତନ କାଳରେ ଯେଉଁ ଲୋକକଳା ପରିବେଷଣ କରାଯାଉଥିଲା ତାହା ଏବେ ଆଉ ଦେଖାଯାଉ ନାହିଁ। ଫଳରେ ଧୀରେ ଧୀରେ ଲୋକକଳା ଲୋପ ପାଇବାକୁ ବସିଛି। ସମସ୍ତେ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ବୋଲି ଡ. ବେହେରା ମତବ୍ୟକ୍ତ କରିଥିଲେ। ଅତିଥି ଭାବେ ବାଣିଶ୍ରୀ ରବୀନ୍ଦ୍ର କୁମାର ହୋତା, ଆର୍ଯ୍ୟକବି ପ୍ରମୋଦ କୁମାର ମିଶ୍ର, ଚିତ୍ରଶିଳ୍ପୀ ନାରାୟଣ ସାହୁ, ନାଟ୍ୟ ନିର୍ଦ୍ଦେଶକ ଭଗବାନ ଗୁରୁ ଉପସ୍ଥିତ ଥିଲେ। ନରେନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।...

ଫୋଟୋ - http://v.duta.us/m-2eYAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/mSlmCAAA

📲 Get Anugul-dhenkanal News on Whatsapp 💬