[balasore] - ଝଲସୁଛି ପୂଜା ମଣ୍ଡପ, ସବୁଠି ଭକ୍ତଙ୍କ ଗହଳି

  |   Balasorenews

ଔପଦା,୧୮।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକର ପୁରପଲ୍ଲୀ ପାର୍ବଣ ପାଇଁ ଉତ୍ସବ ମୁଖର ହୋଇଉଠିଛି। ୫୩ବର୍ଷରେ ପଦାର୍ପଣ କରିଥିବା ଔପଦା ବ୍ଲକ ସଦର ବଜାର ପୂଜାମଣ୍ଡପରେ ପାରମ୍ପରିକ ରୀତିରେ ଏବର୍ଷ ମା’ଙ୍କୁ ଆବାହନ କରାଯାଇ ପୂଜା କରାଯାଉଛି। ଆକର୍ଷଣୀୟ ତୋରଣ ଓ ବଦ୍ୟୁତ୍‌ ଆଲୋକରେ ଝଲସୁଛି ପୂଜା ମଣ୍ଡପ । ଚଳିତବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣପୋଡ଼ି ଅନୁଷ୍ଠିତ ହେବ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ଗଠିତ ଦୁର୍ଗାପୂଜା କମିଟି ପୂଜା ପରିଚାଳନା କରୁଛି। ଭାବେ କାର୍ଯ୍ୟ କରିଆସୁଛି। ଗୋପାଳ ଚନ୍ଦ୍ର ନାୟକ, ଶଙ୍କର୍ଷଣ ପାତ୍ର, ରନତ୍ାକର ପଣ୍ଡା, ଅନନ୍ତ ନନ୍ଦ, ମକର ଧର ସେଠୀ, ନରେନ୍ଦ୍ର ପତ୍ରୀ, ପୁୁରସ୍ତମ ପଣ୍ଡା, ନିରଞ୍ଜନ ପରିଡ଼ା, ମୃତ୍ଯଯଞ୍ଜୟ ମୁଦୁଲି ପ୍ରମୁଖ ବିଭିନ୍ନ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଔପଦା ବ୍ଲକର ବଡ଼ପୋଖରୀ ପଞ୍ଚାୟତର ଦୁର୍ଗାପୁର, ବଡ଼ପୋଖରୀ, ଅଘିରାପଦା ପଞ୍ଚାୟତର କମରାପାଳ, ମହୁଲଗଡ଼ିଆ, ଗଡ଼ସାହି ପଞ୍ଚାୟତର ଜାନିକାପାଳଠାରେ ଆକର୍ଷଣୀୟ ତୋରଣ ଓ ବିଦ୍ୟୁତ୍‌ ଆଲୋକ ସାଜସଜ୍ଜା କରାଯାଇ ମା’ ଦୁର୍ଗାଙ୍କ ଆରାଧନା କରାଯାଉଛି। ଗଡ଼ସାହି ପଞ୍ଚାୟତର ପୀଠଦେବୀ ସୁନ୍ଦରୀ ପଶ୍ଚିମା, ଉପରଗଡ଼ର ଗଡ଼ଚଣ୍ଡି, ଲାଙ୍ଗୁଳାଶୁଣି ଆଦି ପୀଠ ମଧ୍ୟ ଶାରଦୀୟ ପୂଜା ଲାଗି ଚଳଞ୍ଚଳଳ ରହିଛି। ଏଥର ସବୁଠି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

ଫୋଟୋ - http://v.duta.us/vmcXRgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/VVug4QAA

📲 Get Balasore News on Whatsapp 💬