[balasore] - ପାଇକ ଆଖଡା ଖେଳରେ କମ୍ପିଲା ରେମୁଣା: ଖେଳ ପ୍ରଦର୍ଶନ କଲେ ୧୩

  |   Balasorenews

ରେମୁଣା,୧୮। ୧୦ - ପ୍ରତି ବର୍ଷପରି ପାରମ୍ପାରିକ ପାଇକ ଆଖଡା ଖେଳ ପ୍ରଦର୍ଶନ ହୋଇଛିା ପ୍ରତି ବର୍ଷପରି ପାରମ୍ପାରିକ ପାଇକ ଆଖଡା ଖେଳ ପ୍ରଦର୍ଶନ ହୋଇଥିଲା। ବାଦ୍ୟର ତାଳରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ସହିତ ମନ୍ଦାରପୁରର ୨ଟି ଖେଳ ସହିତ ମହାବୀର ଜିମ୍ନାସିୟମ, ଅଠାନ୍ତର, ହରିପୁର, ମାଧିପୁର, କଁରାଳୀ, ନାଲାପାଟଣା, ନିଅଁ। ବାଗ, ବଙ୍ଗାଳୀସାହି, ବିଦ୍ୟାଧରପୁର, କଁଅରପୁର, ଗନିପୁର ବାଲିଗୋହିରୀ ପ୍ରଭୃତି୧୩ଟି ଦଳ ଚିତାକାର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ପ୍ରକମ୍ପିତ ହୋଇ ଉଠିଥିଲା ରେମୁଣା। ହଜାର ହଜାର ଲୋକ ଖେଳକୁ ମନଭରି ଉପଭୋଗ କରିଥିଲେ। ଅପରାହ୍ଣରୁ ଦଳ ଦଳ ହୋଇ ଆଖଡା ଦଳ ବଜାର ମଧ୍ୟକୁ ପ୍ରବେଶ କରିଥିଲେ। ମନ୍ଦିରଛକ ନିକଟରେ ଖେଳ ଗୁଡିକୁ ରେମୁଣା ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ଖେଳର ମୁଖିଆଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେଠାରେ ସମାଜସେବୀ ସରୋଜ ବେହେରାଙ୍କ ପୌରହିତ୍ୟରେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଅରୁଣ ଦେ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଯୁଗଶ୍ରୀ ଯୁଗ ନାରୀର ସମ୍ପାଦିକା ମମତା ମହାପାତ୍ର, ଚିରଞ୍ଜନ ସାହୁ, ଜିଲାପରିଷଦ ସଦସ୍ୟ ସୀତାରାମ ପ୍ରଧାନ, ସରପଂଚ ଚିତରଞ୍ଜନ ବେହେରା, ବିଧାନ ଚନ୍ଦ୍ର ରାୟ, ରମଣୀ ରଞ୍ଜନ ଦାସ, ଅରୁଣ ଜେନା, ବିଜୟ ପାଣିଗ୍ରାହୀ, ବିନୋଦିନ ଦାସ, ତୁଷାରକାନ୍ତି ତପସ୍ବୀ, ଅଧ୍ୟାପକ ପ୍ରଶାନ୍ତ ବରାଳ, ନିରଞ୍ଜନ ବେହେରା, ବ୍ଲକ ଚେୟାରମ୍ୟାନ ସୁଶାନ୍ତ ପଟ୍ଟନାୟକ, କାହ୍ନୁଚରଣ ବେହେରା, ଶିବଶଙ୍କର ରାୟ, ପ୍ରତାପ ସେଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହିତ ଆଖଡା ଦଳର ମୁଖିଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରିଷଦର ସମ୍ପାଦକ କୃଷ୍ଣମୋହନ ବେହେରା ଧନ୍ୟବାଦ ଦେଇଥିଲେ। ରେମୁଣା ହାଇସ୍କୁଲ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସାୟୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା କାଯର୍‌ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ସଂଘର ସଭାପତି ଭରତ ଚନ୍ଦ୍ର ପୋଥାଳ ଅଧ୍ୟକ୍ଷତା କରିଥିଲେ। ସାଂସଦ ରବୀନ୍ଦ୍ର କୁମା ଜେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ମନୋଜ ନାୟକ ପ୍ରମୁଖ ବକ୍ତବ୍ୟ ଦେବା ସହିତ ପ୍ରେମରଞ୍ଜନ ପାତ୍ର, ଗୌରାଙ୍ଗ ଦାସ, ନିରଞ୍ଜନ ସାହୁ, ଲୋକନାଥ ସିଂହ, ସୁରେନ୍ଦ୍ର ଘଡେଇ, ଜୟକୃଷ୍ଣ ଦାସ, ସଚିନ୍ଦ୍ର ମହାରଣା, ଲକ୍ଷ୍ମୀନାରାୟଣ କମିଳା ପ୍ରମୁଖ ଯୋଗଦେଇଥିଲେ। ବଟ ବିହାରୀ ଦାସ, ଲକ୍ଷ୍ମୀଧର ଗା’ଣ ପରିଚାଳନା କରିଥିଲେ। ସେହିପରି ତାରିଣୀଛକ ନିକଟରେ ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ଗଗନ ସାହୁ, ନିତ୍ୟାନନ୍ଦ ବେହେରା, ମାଧବାନନ୍ଦ ବେହେରା, ଦୁଷ୍ମନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ। ପାଗ ଅନୁକୂଳ ଥିବାରୁ ସନ୍ଧାରେ ବହୁ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୦ଜଣ ଅଫିସରଙ୍କ ନେତୃତ୍ୱରେ ଖେଳ ପରିଚାଳିତ ହୋଇଥିଲା। ତେବେ ଏହି ରିପୋର୍ଟ ଲେଖାଯିବା ପର୍ଯନ୍ତ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହୋଇନଥିବା ପୁଲିସ ସୂଚନା ଦେଇଥିବା ବେଳେ ବଜାର ମଧ୍ୟରେ ଖେଳ ପ୍ରଦର୍ଶନ ଜାରି ରହିଥିଲା।...

ଫୋଟୋ - http://v.duta.us/omJE1QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/S8rtlAAA

📲 Get Balasore News on Whatsapp 💬