[balasore] - ମଇଁଷାପଟା ମା’ଙ୍କ ପୀଠ ହେଲା ରକ୍ତ ରଞ୍ଜିତ: କଟକଣା ସତ୍ତ୍ୱେ ପଡ଼ିଲା ୧୨ ବୋଦା ବଳୀ

  |   Balasorenews

ବାହାନଗା, ୧୮।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ମଇଁଷାପଟା ଗ୍ରାମରେ ମା’ ଦୁର୍ଗାଙ୍କ ପୀଠ ହେଲା ରକ୍ତ ରଞ୍ଜିତ। ଆଜି ଥିଲା ପବିତ୍ର ମହାନବମୀ ଏହି ଅବସରରେ ମା’ଙ୍କ ଠାରେ ୧୨ଟି ବୋଦା ବଳୀ ପକାଗଲା। ୭ ବୋଦାଙ୍କୁ ମା’ଙ୍କ ଉଦ୍ଦେଶ୍ୟରେ ବରଣୀ କରାଯାଇ ପାଣି ବୁଲାଇ ଛଡ଼ାଗଲା। କେଉଁ ଆବାହନ କାଳରୁ ମଇଁଷାପଟା ଗ୍ରାମରେ ମା’ଙ୍କ ପୂଜା ହୋଇଆସୁଥିବାବେଳେ ସେଠାରେ ନବମୀରେ ବୋଦାବଳୀ ପ୍ରଥା ରହିଆସିଛି। ଏହି ବଳୀ ଦେଖିବାପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ରୁଣ୍ଡ ହୋଇଥାନ୍ତି। ମା’ଙ୍କ ଠାରେ ମାନସିକ କରି ତାହା ପୂରଣ ହେବାପରେ ଭକ୍ତମାନେ ମା’ଙ୍କ ନିକଟକୁ ମାନସିକ ପୂରଣ ଉଦ୍ଦେଶ୍ୟରେ ବଳୀ ପକାଇବାକୁ ବୋଦାମାନଙ୍କୁ ଆଣିଥାନ୍ତି। ଉଚ୍ଚତମ ନ୍ୟାୟାଳୟ ବଳୀ ପ୍ରଥାକୁ ସାରା ଭାରତରେ ନିଷିଦ୍ଧ କରିଥିଲେ ମଧ୍ୟ ବିଭିନ୍ନ ପୀଠରେ ଏହି ବଳୀ ପ୍ରଥାର ପ୍ରଚଳନ ରହିଛି। ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଥିଲେ ମଧ୍ୟ ବନ୍ଦ କରିବାପାଇଁ କେହି ଆଗକୁ ଆସୁ ନ ଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।...

ଫୋଟୋ - http://v.duta.us/XXEgkwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/s-YnuQAA

📲 Get Balasore News on Whatsapp 💬