[balasore] - ମହାନବମୀରେ କିଚ୍ଚକେଶ୍ୱରୀଙ୍କ ପୀଠରେ ଭକ୍ତଙ୍କ ଭିଡ଼

  |   Balasorenews

ବହଳଦା, ୧୮।୧୦(ଡି.ଏନ.ଏ.)-ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁ ଠୁ ସହର ପର୍ଯ୍ୟନ୍ତ ସବୁଆଡେ ଉତ୍ସବର ମାହୋଲ। ପାଗ ଅନୁକୂଳ ଥିବା ଯୋଗୁ ପୀଠରୁ ଆରମ୍ଭ କରି ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ମୟୂରଭଞ୍ଜ ରାଜତନ୍ତ୍ର ସମୟରୁ ଏ୍ୟତିହ୍ୟ ଓ ପ୍ରମୁଖ ଶକ୍ତିପୀଠ ଭାବେ ଗୁରୁତ୍ୱ ବହନ କରୁଥିବା ମୟୂରଭଞ୍ଜ ଜିଲା ବହଳଦା ମା’ ପବିତ୍ର ମହାନବମୀ ଅବସରରରେ କିଚ୍ଚକେଶ୍ୱରୀଙ୍କ ପୀଠ ଉତ୍ସବମୁଖର ହୋଇପଡିଛି। ଗତ୨ତାରିଖ ମୂଳାଷ୍ଟମୀଠାରୁ ଷୋଡଷ ଉପଚାରରେ ମା’ଙ୍କ ଦିନାତ୍ମକ ପୂଜା ଆରମ୍ଭ ହୋଇଥିଲା। ସେହି ଦିନ ପାଖରୁ ମା’ଙ୍କ ନିକଟରେ ପ୍ରତ୍ୟେହ ରାଜ ପୁରୋହିତ ଅଶୋକ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ଚଣ୍ଡିପାଠ, ବଗଳାମୁଖୀସ୍ତୁତି, ବିଷ୍ଣୁ ସହସ୍ରନାମ, ଗଣେଶ ସ୍ତୁତି ଇତ୍ୟାଦି ୧୦ଜଣ ବୈଦିକ ବରଣ ବ୍ରାହ୍ମଣ ପୂଜାର୍ଚ୍ଚନା କରୁଛନ୍ତି। ପବିତ୍ର ମନ୍ତ୍ରଧ୍ୱନିରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଛି। ସୋମବାର ସ୍ଥାନୀୟ ଥାନା ପରିସରରେ ବିଲ୍ବାଧିବରଣ ପୂଜା ଓ ମଙ୍ଗଳବାର ବ୍ୟାଙ୍କ ନିକଟରୁ ଏକ ବିରାଟ ପଟୁଆରରେ ମା’ଦୁର୍ଗା ଙ୍କ ପ୍ରତିନିଧି ଭାବେ ବନଦୁର୍ଗା ଓ ନବପତ୍ରିକା ଅଣାଯିବା ପରେ ପୀଠରେ ପାରମ୍ପାରିକ ରୀତିନିତୀରେ ପୂଜାରମ୍ଭ ହୋଇଥିଲା। ବୁଧବାର ଦିନ ମହାଷ୍ଟମୀ ଅବସରରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ହୋଇଥିଲା। ଆଜି ପବିତ୍ର ମହାନବମୀରେ ମା’ଙ୍କ ସାମ୍ମୁଖ୍ୟ ଯଜ୍ଞକୁଣ୍ଡରେ ଶହଶହ ଭକ୍ତଙ୍କର ସାମୁହିକ ହୋମ ପରିବେଶକୁ ଆହୁରି ଆଧ୍ୟାତ୍ମିକ କରିଥିଲା। ମହାନବମୀ ସନ୍ଦିକ୍ଷଣରେ ସନ୍ଧିପୂଜା ଓ ପାଣିକଖାରୁ ବଳି ପକାଯାଇଥିଲା। ଚଳିତ ବର୍ଷପୂଜାକୁ ଅଧିକ ଆକର୍ଷଣୀୟ କରିବାପାଇଁ ପୁରା ବହଳଦା ବଜାରକୁ ତୋରଣ ଏବଂ ରଙ୍ଗବେରଙ୍ଗ ଆଲୋକରେ ସଜ୍ଜିତ କରାଯାଇଛି। ସାଂସ୍କତିକ କାର୍ଯ୍ୟକ୍ରମରେ ୩ଦିନ ଧରି ସନ୍ଧ୍ୟାରେ ମେଲୋଡି ସହ ଗରବା ନୃତ୍ୟର ଆୟୋଜନ ହୋଇଛି। ସବୁଦିନ ଭକ୍ତଙ୍କ ପାଇଁ ଅନ୍ନଭୋଗ ବଣ୍ଟନ କରାଯାଉଛି ା ବହଳଦା ବ୍ଲକର ଝରାଡିହି, ଗମ୍ଭାରିଆ, ଅଁଳାଯୋଡ, ତିରିଂ ବ୍ଲକର ବଡଦାଳିମା, ତିରିଂ, ପାନ୍ଦଡା ଠାରେ ଆକର୍ଷଣୀୟ ମଣ୍ଡପରେ ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଉଛି। ବହଳଦା ବ୍ଲକର ଗମ୍ଭାରିଆ ଠାରେ ପ୍ରତିବର୍ଷ ପରି ଶନିବାର ରାବଣପୋଡି ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଥିବା ପୂଜା ସମ୍ପାଦକ ହାଇଗ୍ରୀଡ ମହାନ୍ତ କହିଛନ୍ତି।...

ଫୋଟୋ - http://v.duta.us/B1-hdwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/4PXerAAA

📲 Get Balasore News on Whatsapp 💬