[balasore] - ୧୨ ମଣ୍ଡପରେ ପୂଜା ପାଉଛନ୍ତି ମା’

  |   Balasorenews

ବନ୍ତ,୧୮।୧୦(ସ୍ବ.ପ୍ର..)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଥାନା ଅଧୀନ ବଜାର ଓ ଗ୍ରାମାଞ୍ଚଳରେ ୧୨ ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଛି। ଦୀର୍ଘ ୨୨ ବର୍ଷ ଧରି ପାରାବନ୍ଧ ବଜାରରେ ପୂଜା କମିଟି ପକ୍ଷରୁ ଏଥର ମଧ୍ୟ ରାବଣପୋଡି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଚାର୍ଯ୍ୟ ଭାବେ ପଣ୍ଡିତ ଭଗବାନ ପତି, ପୁସ୍ତକାଚାର୍ଯ୍ୟ ଭାବେ ନାରାୟଣ ପଣ୍ଡା ଓ ଗୋପିନାଥ ତ୍ରିପାଠୀ ଚଣ୍ଡୀ ବ୍ରାହ୍ମଣ ଭାବେ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଉଛନ୍ତି। ଗୋବିନ୍ଦ ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, ସରୋଜ ଜେନା, ବସନ୍ତ ମହାନ୍ତି, ସନ୍ତୋଷ ସାହୁ, ଭାଗିରଥି ରାଉତ, ପ୍ରଫୁଲ୍ଲ ପୁହାଣ, ରଙ୍ଗାଧର ପଣ୍ଡା ପ୍ରମୁଖ ପୂଜା କମିଟି ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ନବମୀ ସନ୍ଧ୍ୟାରେ ଆୟୋଜିତ ଭଜନସନ୍ଧ୍ୟାରେ ଭୁବନେଶ୍ୱରର ଏକ ଟିମ୍‌ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଆଗରପଡାରେ ୨ଟି ମଣ୍ଡପ, ଆଡିଆ, ଚାରିଗାଁ, ବଡ ମହିଷଗୋଠ, ମହାନ୍ତିପଡା, କାଦବରାଙ୍ଗ, ଗୋପିନାତପୁର, ବିଟିପୁର ଆଦି ପଞ୍ଚାୟତ ମଣ୍ଡପରେ ବୁଧବାର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିପରି ବନ୍ତ ପୁରୁଣାବଜାରଠାରେ ମା’ ଦୁର୍ଗାଙ୍କୁ ମହାଷ୍ଟମୀରେ ପୂଜାର୍ଚ୍ଚନା କରାଯାଇଛି। ମହାଷ୍ଟମୀ ବିହିତ ପୂଜା, ସନ୍ଧିପୂଜା ଓ ବଳିଦାନ ସମ୍ପନ୍ନ କରାଯାଇଥିଲା। ଗୁରବାର ପ୍ରାତଃ ସମୟରେ ନବମୀ ବିହିତ ପୂଜା ଅନୁଷ୍ଠିତ ହେବ। ଗ୍ରାମର ଇଷ୍ଟଦେବୀ ମା’ ଦକ୍ଷିଣ ଚଣ୍ଡିଙ୍କୁ ପୂଜାର୍ଚ୍ଚନା କରାଯିବା ପରେ କୁଷ୍ମାଣ୍ଡ ବଳି ଦିଆଯାଇଥାଏ। ନବମୀ ରାତ୍ରରେ ମା’ଙ୍କ ପୀଠରେ ଆମିଷ ନୈବେଦ୍ୟ ପ୍ରଦାନ କରାଯାଇଥାଏ। ପ୍ରାତଃ ସମୟରେ ଦଶମୀ ବିହିତ ପୂଜା ଓ ହୋମଯଜ୍ଞ କରାଯିବା ପରେ ବିସର୍ଜନ କରାଯିବ। ଜଗବନ୍ଧୁ ଶତପଥୀ, ଲିଙ୍ଗରାଜ ମିଶ୍ର, ବୁଲୁ ପାଣି ପ୍ରମୁଖ ପୂଜାକାର୍ଯ୍ୟ ଦାୟିତ୍ୱ ତୁଲାଉଛନ୍ତି। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସୁଦୃଶ୍ୟ ତୋରଣ ସହ ରାସ୍ତାର ଉଭୟପାର୍ଶ୍ୱକୁ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟାଜନ କରାଯାଇଥିବା ପୂଜା କମିଟି ସଂଯୋଜକ ଅଜୟ କୁମାର ନାୟକ ଓ ସହସଂଯୋଜକ ସୁଶୀଲ କୁମାର ଦାଶ ସୂଚନା ଦେଇଛନ୍ତି। ମହେନ୍ଦ୍ର ନାଥ ମିଶ୍ର, ଗଙ୍ଗାଧର ନାୟକ, ସଞ୍ଜୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।...

ଫୋଟୋ - http://v.duta.us/1CTjogAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/vN-9-QAA

📲 Get Balasore News on Whatsapp 💬