[berahampur] - ଆସିକା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

  |   Berahampurnews

ଆସିକା, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକାରେ ତିତ୍‌ଲି ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଅଞ୍ଚଳକୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। ସେ ପ୍ରଥମେ ଆସିକା ଏନ୍‌ଏସିର ବ୍ୟବସାୟବହୁଳ ଏବଂ ଅଧିକ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ବିନାୟକ ବଜାର, ଲକ୍ଷ୍ମୀବଜାର ଓ ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳର କ୍ଷୟକ୍ଷତି ଦେଖିଥିଲେ। ବାତ୍ୟା ଓ ବନ୍ୟାର ବାସ୍ତବ ଆକଳନ ଦିଗରେ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତିରେ ଅବହେଳା ଲାଗି ଏଭଳି କ୍ଷତି ଘଟିଲା ବୋଲି ସେ କହିଥିଲେ। ଏ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲା, ଏହି ସୂଚନା ଦେବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିଲା। ବାତ୍ୟା ଗୋପାଳପୁରଠାରେ ପହଞ୍ଚିବା ପରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଏବଂ ନୟାଗଡ ଜିଲାକୁ ପ୍ରଭାବତି କରିବ ବୋଲି ସୂଚନା ରହିଥିଲା। ସରକାର ଏହା ଗୋପାଳପୁରରେ ପହଞ୍ଚିବ। ଆମେ ଏଠାରୁ ଲୋକଙ୍କୁ ସ୍ଥାନାନ୍ତର କରିଛୁ। ଜିରୋ କାଜୁଆଲିଟିର ମୋହରେ ପ୍ରଶାସନ ନିଜ ଦାୟିତ୍ୱ ଭୁଲିଗଲା। ବାତ୍ୟାର ପରିଣାମ ସମ୍ପର୍କରେ ଧ୍ୟାନ ଦେଲାନି। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ବର୍ତ୍ତମାନ ଜିଲାର ଅବସ୍ଥା ଯାହା ହେଲା ଏଥିରେ ରାଜ୍ୟରେ ଶାସନ ଅଛି ବୋଲି ମନେ ହେଉ ନାହିଁ। ଦେଶର ବିପର୍ଯ୍ୟୟ ମୁକାବିଲା ଲାଗି ରହିଥିବା ନିୟମରେ ପରିବର୍ତ୍ତନ କରି ଏପ୍ରିଲ ୨୦୧୮ରୁ ଭାରତ ସରକାର ରିଲିଫ୍‌ର ୯୦ ଭାଗ ଦାୟିତ୍ୱ ନେଇଛନ୍ତି। ବର୍ତ୍ତମାନ ଏଠାରେ ଯେଉଁ ରିଲିଫ୍‌ ଦିଆଯାଉଛି ସେଥିରୁ ୯୦ ଭାଗ ମୋଦି ସରକାରଙ୍କର। ଏହି ଅର୍ଥ ଯଦି ନିଅଣ୍ଟ ହୁଏ, ତେବେ କେନ୍ଦ୍ର ସରକାର ରାଜ୍ୟର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଅବହେଳା କରିବେ ନାହିଁ। ରିଲିଫ୍‌ କାର୍ଯ୍ୟ ଠିକ୍‌ ଭାବେ ଚାଲିପାରି ନ ଥିବା, ବିଦ୍ୟୁତ୍‌ ଯୋଗାଣ, ଭାଙ୍ଗିଯାଇଥିବା ରାସ୍ତା ଘାଟ ନିର୍ମାଣ ଆଦି ଠିକ୍‌ ହୋଇ ନ ଥିବା ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ। ଋଷିକୁଲ୍ୟା ଓ ବଡନଦୀ ମଝିରେ ଥିବା ଆସିକା ସହରକୁ ବନ୍ୟା ବିପତ୍ତିରୁ ରକ୍ଷା କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ଆସିକା ସହରର ସୁରକ୍ଷା ଲାଗି ଋଷିକୁଲ୍ୟା ନଦୀ ଜଳ ପ୍ରବନ୍ଧନ ପାଇଁ ରାଜ୍ୟ ସରକାର ଯଦି ଭାରତ ସରକାରଙ୍କ ସହଯୋଗ ଲୋଡିବେ ତେବେ ସହଯୋଗ କରାଯିବ ବୋଲି ଧର୍ମେନ୍ଦ୍ର କହିଥିଲେ।...

ଫୋଟୋ - http://v.duta.us/hv0exgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ok7wjAAA

📲 Get Berahampur News on Whatsapp 💬