[berahampur] - ଚିଟ୍‌ଫଣ୍ଡ ଠକେଇ, ଜଣେ ଗିରଫ

  |   Berahampurnews

ଫୁଲବାଣୀ ଅଫିସ, ୧୮ା୧୦-ଫୁଲବାଣୀ ସହରରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଖୋଲି ପ୍ରାୟ ୫୦ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ପ୍ରମୋଦ ସାହାଣୀ। ମିଳିଥିବା ସୂଚନା ପ୍ରକାରେ, ସ୍ଥାନୀୟ ଲୋକ ଏବଂ ଏସ୍‌ଏଚ୍‌ଜି ଗ୍ରୁପ ସଦସ୍ୟଙ୍କଠାରୁ ପ୍ରମୋଦ ଏବଂ ତାଙ୍କ ସହଯୋଗୀ ମାସକୁ ମାସ ଟଙ୍କା ଆଦାୟ କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ପ୍ରତି ମାସରେ ଟଙ୍କା ଦିଆ ଯାଉଥିଲା। ସ୍ଥାନୀୟ ଭାଷାରେ ପାଟି ଡାକରେ ଏହି ଚିଟଫଣ୍ଡ ଚାଲିଥିଲା। କିଛି ମାସ ଏଭଳି ଚାଲିବା ପରେ ଟଙ୍କା ଆଦାୟ କରୁଥିବା ଲୋକେ ଆଉ ଧରାଛୁଆଁ ଦେଇ ନ ଥିଲେ। ସଂସ୍ଥାର ଲୋକେ ପ୍ରାୟ ୫୦ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିବା ନେଇ ଜମାକାରୀ ଥାନାରେ ଅଭିଯୋଗ କରିଥିଲେ। କେସ ନଂ.୧୮୭/୧୮ ରେ ମାମଲା ରୁଜୁ ହୋଇଛି। ଅପରପକ୍ଷେ ଏହି ଘଟଣାରେ ଅନ୍ୟମାନେ ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡିଛି।...

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/f1MhOAAA

📲 Get Berahampur News on Whatsapp 💬