[berahampur] - ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍
ବେଗୁନିଆପଡ଼ା,୧୮ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ଏସ୍.ଛଚିନା ଓ ଏମ୍. ବରିଡ଼ା ରାସ୍ତା ମଝିରେ ଦମ୍ପତିଙ୍କୁ ଅଟକାଇ ମାଉଜର ଦେଖାଇ ଲୁଟ ହୋଇଛି। ଏନେଇ ରବୀନ୍ଦ୍ର ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ନଂ. ୨୩୬/୧୮ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଥିବା ଫାଣ୍ଡି ଅଧିକାରୀ ପ୍ରଦୀପ୍ତ କୁମାର ଦାସ କହିଛନ୍ତି।
ଯେ, ଏସ୍.ଛଚିନା ଗ୍ରାମର ଇ. ରବୀନ୍ଦ୍ର ମାଲୁ ତାଙ୍କ ସ୍ତ୍ରୀ ଦୁହେଁ ଝିଅକୁ ଦଶହରା ଭାର ଦେଇ ବ୍ରହ୍ମପୁରରୁ ମଙ୍ଗଳବାର ନିଜ ବାଇକ୍ରେ ଫେରୁଥିଲେ। ରାତି ପ୍ରାୟ ୯ଟାରେ ଏସ୍.ଛଚିନା-ଏମ.ବରିଡ଼ା ମଝି ଗଡ଼ାନାଳ ଘାଇ ବାଙ୍କରେ ପଛପଟୁ ୩ ଜଣ ଯୁବକ ଗୋଟିଏ ବାଇକ୍ରେ ଆସି ରବୀନ୍ଦ୍ରଙ୍କ ବାଇକ ଆଗରେ ବାଇକ୍ ରଖି ଅଟକାଇଥିଲେ। ପଛରେ ଥିବା ଯୁବକ ହଠାତ୍ ଓହ୍ଲାଇ ରବୀନ୍ଦ୍ରଙ୍କୁ ଦୁଇ ଚାପୁଡ଼ା ମାରି କ’ଣ ଧରିଛୁ ଦେ ବୋଲି କହି ରବୀନ୍ଦ୍ରଙ୍କ ପକେଟରେ ଥିବା ୨ ଶହ ଟଙ୍କା ଓ ତାଙ୍କ ସ୍ତ୍ରୀ ବେକରେ ଥିବା ସୁନା ଲକେଟଟି ଝାମ୍ପି ନେଇଥିଲେ। ଏହି ସମୟରେ ପଛରୁ ପୁଣି ଏକ ବାଇକ୍ ଆସିବା ଦେଖି ଦୁର୍ବୃତ୍ତମାନେ ଏସ୍.ଛଚିନା ଦିଗରୁ ପଳାଇ ଯାଇଥିଲେ। ଏହି ସ୍ଥାନ ନିକଟରେ ଜନବସତି ନ ଥିବାରୁ ଅନେକ ସମୟରେ ଡକାୟତି ହେଉଛି। ପୋଲିସ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହେଉଛି।...
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/mOsMPwAA