[berahampur] - ସଡନ୍ ଡେଥ୍ରେ ନଟରାଜ ଚାମ୍ପିୟନ୍
ବ୍ରହ୍ମପୁର ଅଫିସ୍,୧୮ା୧୦-ଗଞ୍ଜାମ ଜିଲା ଫୁଟବଲ୍ ଲିଗ୍ ବୁଧବାର ଉଦ୍ଯାପିତ ହୋଇଯାଇଛି। ବ୍ରହ୍ମପୁର ଷ୍ଟାଡିୟମ୍ରେ ଟୁର୍ନାମେଣ୍ଟ ଫାଇନାଲ୍ ମ୍ୟାଚ୍ ନଟରାଜ ଫୁଟବଲ୍ କ୍ଲବ ଏବଂ କାଶିରାମ ଫୁଟବଲ୍ କ୍ଲବ ମଧ୍ୟରେ ଖେଳାଯାଇଥିଲା। ୬୦ମିନିଟ୍ର ଏହି ମ୍ୟାଚ୍ରେ ଉଭୟ ଦଳ ଗୋଲ୍ ସ୍କୋର କରିବାରେ ବିଫଳ ହୋଇଥିଲେ। ଫଳ ଜାଣିବା ପାଇଁ ଟାଇବ୍ରେକର୍ ସହାୟତା ନିଆଯାଇଥିଲା । ଉଭୟ ଦଳ ୫ ଲେଖାଏ ଶଟ୍ ମାରିଥିଲେ । କିନ୍ତୁ ପ୍ରଥମ ଏବଂ ପଞ୍ଚମ ସଟ୍କୁ ଗୋଲ୍ରେ ପରିଣତ କରିବାରେ ଉଭୟ ଦଳ ବିଫଳ ହୋଇଥିଲେ। ଉଭୟ ଦଳ ଟାଇବ୍ରେକର୍ରେ ୩ ଲେଖାଏ ଗୋଲ୍ ସ୍କୋର କରିଥିଲେ। ଏଣୁ ମ୍ୟାଚ୍ ସଡନ୍ ଡେଥ୍ରେ ପହଞ୍ଚିଥିଲା। ନଟରାଜ ଫୁଟବଲ୍ କ୍ଲବ ଖେଳାଳି ପ୍ରଥମ ଶଟ୍କୁ ଗୋଲ୍ରେ ପରିଣତ କରିଥିଲେ । ହେଲେ କାଶିରାମ ଫୁଟବଲ୍ କ୍ଲବ ଖେଳାଳି ଗୋଲ୍ ସ୍କୋର କରିପାରି ନ ଥିଲେ। ସଡନ୍ ଡେଥ୍ରେ ନଟରାଜକୁ ବିଜୟ ଘୋଷଣା କରାଯାଇଥିଲା ।
ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ଅଶୋକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡା. ଏନ୍ସି ପାଢୀ, ଜିଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବିଜେଡ଼ି ନେତା ବିକ୍ରମ ପଣ୍ଡା, ସଂସଦ କର୍ମକର୍ତ୍ତା ପ୍ରଫୁଲ୍ଲ ଜଗନ୍ନାଥ ପାଢୀ, ସନ୍ତୋଷ ସାହୁ, ଦିବାକର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଚାମ୍ପିୟନ୍ ଏବଂ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିଭଳି ଶ୍ରେଷ୍ଠ ଗୋଲ୍କିପର ଭାବେ ୟଙ୍ଗ ବଏଜ୍ର ନୀଳକଣ୍ଠ ରେଡ୍ଡୀ, ଶ୍ରେଷ୍ଠ ଡିଫେଣ୍ଡର୍ ମର୍ନିଂ କ୍ଲବର ସାଗର ଚୌଧୁରୀ, ଶ୍ରେଷ୍ଠ ଫରୱାର୍ଡ଼ ଭାବେ କାଶିରାମ କ୍ଲବର ପିଣ୍ଟୁ ବେହେରା ଏବଂ ମ୍ୟାନ୍ ଅଫ୍ ଦି ଫାଇନାଲ୍ ଭାବେ କାଶିରାମର ଗୋଲ୍କିପର୍ ଆଶିଷ ବିଷୋୟୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହ ପୂର୍ବତନ ଖେଳାଳି ଜି.ମନ୍ମଥ, ଏମ୍ଏସ୍. ସଦବାଣୀ, ବସନ୍ତ ପାଣିଗ୍ରାହୀ ଏବଂ ବ୍ରହ୍ମନାରାୟଣ ସାମନ୍ତରାୟଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା। ଫାଇନାଲ୍ ମ୍ୟାଚ୍କୁ ଅଫିସିଆଲ୍ ଭାବେ ରଞ୍ଜିିତ ପାତ୍ର, ଅଭିମନ୍ୟୁ ବେହେରା, ରମେଶ ବେହେରା ଏବଂ ବିଜୟ ଅଧିକାରୀ ପରିଚାଳନା କରିଥିଲେ । ଜିଲା କ୍ରୀଡ଼ା ସଂସଦ କର୍ମକର୍ତ୍ତା ଶରତ ଚନ୍ଦ୍ର ମହାପାତ୍ର, ସୀତାରାମ ବେବର୍ତ୍ତା, ତାରିଣୀ ଚରଣ ସାମନ୍ତରାୟ, ଶିଶିର ପାଣିଗ୍ରାହୀ, ଦୁର୍ଗା ପଟ୍ଟନାୟକ, ଉପେନ୍ଦ୍ର ପଟ୍ଟନାୟକ, ନିମାଇଁ ବେବର୍ତ୍ତା ପ୍ରମୁଖ ପରିଚାଳନା କରିଥିଲେ । ଗତ ୩ ତାରିଖରୁ ଚାଲିଥିବା ଏହି ଟୁର୍ନାମେଣ୍ଟରେ ଗଞ୍ଜାମ ଜିଲାର ୧୬ ଦଳ ଭାଗ ନେଇଥିଲେ । ସେମାନଙ୍କୁ ୪ ଗ୍ରୁପ୍ରେ ଭାଗ କରାଯାଇଥିଲା । ପ୍ରତ୍ୟକ ଗ୍ରୁପ୍ର ଚାମ୍ପିୟନ୍ଙ୍କ ମଧ୍ୟରେ ସେମିଫାଇନାଲ୍ ଅନୁଷ୍ଠିତ ହୋଇଥିଲା ।...
ଫୋଟୋ - http://v.duta.us/zBDuCQAA
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/kV1AFAAA