[odisha] - ସାମୁଦ୍ରିକ ଝଡ଼ ‘ତିତ୍ଲି’ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସହାୟତା ମାଗିଲେ ୨୦୧୪ କୋଟି ଟଙ୍କା
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ତିତ୍ଲି’ରେ ହୋଇଥିବା କ୍ଷୟକ୍ଷତିକୁ ସୁଧାରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ୨୦୧୪.୦୯ କୋଟି ଟଙ୍କା ସହାୟତା ମାଗିଛନ୍ତି। ବାତ୍ୟା ପରେ ବନ୍ୟା ସଂପର୍କୀତ ଏକ ପ୍ରାଥମିକ ରିପୋର୍ଟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦାଖଲ କରିଛନ୍ତି। ତିତ୍ଲି ଯୋଗୁଁ ୨୭୭୦.୨୮ କୋଟି ଟଙ୍କା କ୍ଷତି ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି। କେନ୍ଦ୍ର ସରକାର ୧୦୦୦ କୋଟି ଟଙ୍କା ଅନ୍ତରୀଣ ସହାୟତା ଦିଅନ୍ତୁ ବୋଲି ରାଜ୍ୟ ସରକାର କହିଛନ୍ତି। ବନ୍ୟା ଓ ବାତ୍ୟାରେ ୫୭,୧୩୧ ଘର କ୍ଷତି ହୋଇଛି। ଏହାକୁ ପୂରଣ କରିବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୭,୧୩୧ ଘର ନିର୍ମାଣ କରନ୍ତୁ ବୋଲି ରିପୋର୍ଟ ଦାଖଲ ହୋଇଛି। ବାତ୍ୟା ଯୋଗୁଁ ୨.୭୩ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ସେହିଭଳି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଦ୍ୟୁତ ବିଭାଗର କୋଟି କୋଟି ଟଙ୍କା କ୍ଷତି ହୋଇଛି। ଜରୁରୀକାଳୀନ ମରାମତି ପାଇଁ ପାଣ୍ଠିର ଆବଶ୍ୟକତା ଅଛି।...
ଫୋଟୋ - http://v.duta.us/RIxmsAAA
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/hYrjZwAA