[rayagada] - ତିତ୍‌ଲି କ୍ଷୟକ୍ଷତି ସମୀକ୍ଷା : ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

  |   Rayagadanews

ଗୁଣପୁର,୧୮।୧୦(ଡି.ଏନ.ଏ)-ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ତିତ୍‌ଲି କ୍ଷୟକ୍ଷତି ଅନୁଧ୍ୟାନ କରିଛି ଏଷ୍ଟିମେଟ କମିଟି। କମିଟି ଅଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି। ପ୍ରଥମେ ରାମନାଗୁଡ଼ା ବ୍ଲକ ଗାଜିଲିଗୁଡ଼ାଠାରେ ଦିଆଯାଉଥିବା ମାଗଣା ରନ୍ଧା ଖାଦ୍ୟ ନେଇ କରିଥିଲେ। ଏହାପରେ ଗୁଣପୁର ଆସି ଗୁଣପୁର ବ୍ଲକର ରେଗେଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା କଦଳୀ ଚାଷ ଏବଂ ନାଉଡାଠାରେ ବିଦ୍ୟୁତ୍‌ ସେବା ବ୍ୟାହାତ ହୋଇଥିବା ନେଇ ସ୍ଥିତି ପରିଖି ଥିଲେ। ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ଗୁଣପୁର ବ୍ଲକ ସମ୍ମିଳନୀ କକ୍ଷଠାରେ ସମୀକ୍ଷା ବୈଠକ ବସିଥିଲା। ଏଥିରେ ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓ, ଜିଲାପାଳ ପୁନମଗୁହା ତାପସ କୁମାର,ଉପଜିଲାପାଳ ଅମ୍ରିତ ଋତୁରାଜ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ସୁଧୀର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ତେବେ ଏହି ବୈଠକରେ ସ୍ଥାନୀୟ ବିଧାୟକଙ୍କ ଅନୁପସ୍ଥିତକୁ ନେଇ ନାନା ପ୍ରକାର ଆଲୋଚନା ହୋଇଥିଲା। ତାଙ୍କୁ ଏନେଇ ସୂଚନା ଦିଆଯାଇ ନଥିଲା ନା ସେ ଜାଣି ଆସି ନ ଥିଲେ ବୋଲି ପ୍ରଶ୍ନ ଉଠିଛି। ସେହିପରି ସମୀକ୍ଷା ବୈଠକରେ କୃଷି, ଜଳସେଚନ ବିଭାଗର କୌଣସି ଅଧିକାରୀ ନ ଥିବାରୁ ସେହି ବିଭାଗର କ୍ଷୟକ୍ଷତି ଏବଂ ଅଗ୍ରଗତି ନେଇ କୌଣସି ଆଲୋଚନା ହୋଇପାରି ନ ଥିଲା।...

ଫୋଟୋ - http://v.duta.us/Xj6erQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Ku92AwAA

📲 Get Rayagada News on Whatsapp 💬