[rayagada] - ସ୍ବାଭିମାନ ଅଞ୍ଚଳରେ ଟେଲିଯୋଗାଯୋଗ ସେବା ବାଧାପ୍ରାପ୍ତ

  |   Rayagadanews

ମାଲକାନଗିରି,୧୮।୧୦(ଡି.ଏନ.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ଟେଲିଯୋଗାଯୋଗ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି। ଅଧିକାଂଶ ସମୟରେ ବିଏସଏନଏଲ ନେଟ୍‌ଓ୍ବାର୍କ ଅଧିକାଂଶ ସମୟ ରହୁ ନ ଥିବାରୁ ବ୍ୟାଙ୍କ ଓ ପୋଷ୍ଟ ଅଫିସରୁ ଟଙ୍କା ଉଠାଇବା ଲାଗି ଲୋକେ ହଇରାଣ ହେଉଛନ୍ତି। ନେଟ୍‌ୱାର୍କ ସମସ୍ୟା ଯୋଗୁ ଏଟିଏମ ମଧ୍ୟ ଠିକ ଭାବେ କାର୍ଯ୍ୟ କରୁନାହିଁ । ଫଳରେ ସରକାରୀ ଅଫିସରେ କାର୍ଯ୍ୟ ଠିକ୍‌ ରୂପେ ହୋଇପାରୁନାହିଁ। ବିଭିନ୍ନ କାମରେ ଦୂର ଦୂରାନ୍ତରୁ ଆସୁଥିତ୍ବା ଲୋକେ ନିରାଶ ହୋଇ ଫେରୁଛନ୍ତି। ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉପଦ୍ରବ ସବୁ ବେଳେ ଲାଗି ରହିଛି। ଏପରି କ୍ଷେତ୍ରରେ ଟେଲିଫୋନ ବିଭ୍ରାଟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଅନ୍ୟ ଏକ ଟାଓ୍ବାର ପ୍ରତିଷ୍ଠା ପାଇଁ ଏକ ବେସରକାରୀ ସଂସ୍ଥାକୁ ସରକାର ଜାଗା ଦେଇଥିଲେ ମଧ୍ୟ ସମ୍ପୃକ୍ତ ସଂସ୍ଥା ଟାୱାର ବସାଇବା ପାଇଁ ତତ୍ପରତା ପ୍ରକାଶ କରୁନାହିଁ ବୋଲି ଚିତ୍ରକୋଣ୍ଡାର ଶ୍ରୀନିବାସ ରଣା, ସିମାଞ୍ଚଳ ବିଶ୍ୱାଳ, ଅନିଲ ଗୁପ୍ତା ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।...

ଫୋଟୋ - http://v.duta.us/l_Qt9AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3fombgAA

📲 Get Rayagada News on Whatsapp 💬