[rayagada] - ୩୫ ବର୍ଷରେ ପଦାର୍ପଣ କଲା କାଶୀପୁର ଦୁର୍ଗାପୂଜା

  |   Rayagadanews

କାଶୀପୁର,୧୮।୧୦(ଡି.ଏନ୍‌.ଏ.)- ୩୫ ବର୍ଷରେ ପଦାର୍ପଣ କରିଛି କାଶୀପୁର ଦୁର୍ଗାପୂଜା। ମା’ ଦୁର୍ଗାଙ୍କ ଆବାହନରେ ସଜେଇ ହୋଇଛି ଗଁ।ଠୁ ସହର। ସବୁଠି ଉତ୍ସବ ମୁଖର। ମା’ ମାଣିକେଶ୍ବରୀ ପୀଠରେ ଧୁମ୍‌ଧାମ୍‌ରେ ଚାଲିଛି ନବରାତ୍ରୀ ପୂଜା। ଦୁର୍ଗାପୂଜା କମିଟିର କାର୍ଯ୍ୟକାଳ ୩୫ ବର୍ଷରେ ପହଞ୍ଚିଛି। ତୋରଣ,ମେଢ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକ ସଜ୍ଜାରେ ଝଲକୁଛି କାଶୀପୁର। ଦେବୀ ଦୁର୍ଗାଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗିଛି। ମଣ୍ଡପରେ ଗଙ୍ଗାଙ୍କୁ ଆହ୍ବାନ କରାଯାଇ ବେଲବରଣ ପୂଜା କରାଯାଇଥିଲା। ପରେ ମାଣିକେଶ୍ୱରୀଙ୍କ ପୀଠରୁ ମା’ଙ୍କୁ ଆହ୍ବାନ କରାଯିବା ସହ ମାଳା ନେଇ ମଣ୍ଡପରେ ପୂଜା ବିଧି ଆରମ୍ଭ ହୋଇଥିଲା। ଏହା ପରେ ମା’ ଦଶହରା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ପର ଦିନ ମା’ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଦଶହରା ପୂଜା ଦେଖିବା ପାଇଁ ଅଷ୍ଟମୀରେ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ଏହି ଅବସରରେ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।...

ଫୋଟୋ - http://v.duta.us/d10weQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/W4Ao0wAA

📲 Get Rayagada News on Whatsapp 💬