[sambalpur] - ଛତ୍‌ର ଯାତ୍ରା, ଲକ୍ଷାଧିକ ବଳି ପଡ଼ିଲା: ପଶୁପକ୍ଷୀ ରକ୍ତରେ ଧୋଇ ହେଲା ରାଜରାସ୍ତା

  |   Sambalpurnews

ଭବାନୀପାଟଣା,୧୮।୧୦(ଡି.ଏନ.ଏ.): କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱ ପ୍ରସିଦ୍ଧ ତଥା ଗଣପର୍ବ ଛତର ବିଜୟ ଯାତ୍ରା ବୁଧବାର ଶେଷ ହୋଇଛି। ଏହି ଯାତ୍ରାରେ ଲକ୍ଷାଧିକ ପଶୁପକ୍ଷୀଙ୍କ ବଳି ପଡିଛି ା ସେଥିପାଇଁ ଭବାନୀପାଟଣା ସହରର ପ୍ରାୟ ୩ କି.ମି. ରାଜରାସ୍ତା ଓ ଉପରାସ୍ତା ବଳି ରକ୍ତରେ ଧୋଇ ହୋଇଯାଇଛି ା ବଳି ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଲୋକଙ୍କ ବିଶ୍ୱାସ ଓ ପରମ୍ପରାକୁ ଜିଲା ପ୍ରଶାସନ ମୁଣ୍ଡପାତି ସହି ନେଇଛି ା ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବଳି ପଡ଼ିଥିବା ଜଣାପଡିଛି ା ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତର ଦର୍ଶନ ନିମନ୍ତେ ଜିଲା ସହ ଜିଲା ବାହାର, ପଡୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର ଆଦି ରାଜ୍ୟରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଜେନାଖାଲଠାରୁ ମାଣିକେଶ୍ୱରୀଙ୍କ ମୁଖ୍ୟମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କି.ମି. ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ମହାଷ୍ଟମୀ ରାତିର ମହାବଳି ପରେ ମାଣିକେଶ୍ୱରୀ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢାରଜା (ଭୈରବ)ଙ୍କ ସମ୍ମୁଖରେ ପୋଢବଳି ଦିଆଯାଇଥିଲା । ପରେ ଭବାନୀପାଟଣାର ପଶ୍ଚିମ ଦିଗରେ ଜେନାଖାଲ ପର୍ଯ୍ୟନ୍ତ ମାଣିକେଶ୍ୱରୀଙ୍କ ଛତରକୁ ନିକଟସ୍ଥ ପାହାଡ ତଳର ଜେନାଖାଲକୁ ନିଆଯାଇଥିଲା । ସେଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ପ୍ରାତଃ ୫ଟାରୁ ଜେନାଖାଲଠାରୁ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତ୍‌ର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଘୁମୁରା, ଢୋଲ, ନିଶାଣ, ଘଣ୍ଟ ଆଦି ମଧ୍ୟରେ ଛିଟକନା, ମନ୍ଦାରଫୁଲ, ବେଲପତ୍ର, ମାଳରେ ବସ୍ତ୍ରାବୃତ୍ତ ‘ଛତର’ ଝୁମି ଝୁମି ମୁଖ୍ୟ ଜାତୀୟ ରାଜପଥର ୩ କି.ମି. ଦେଇ ମୁଖ୍ୟ ମନ୍ଦିରରେ ଅପରାହ୍ନ ୧୨ଟା ୩୦ମିରେ ମନ୍ଦିରକୁ ପ୍ରବେଶ କରିଥିଲେ। ଛତରଯାତ୍ରାରେ ମାନସିକ କରିଥିବା ବ୍ୟକ୍ତିମାନେ ମାନସିକ ପୂରଣ ହୋଇଥିବା ଏବଂ ମାନସିକ କରୁଥିବା ବ୍ୟକ୍ତିମାନେ ହଜାର ହଜାର କୁକୁଡା, ପାରା, ବୋଦା, ମେଣ୍ଢା ଆଦି ରାସ୍ତାର ଦୁଇ ପାର୍ଶ୍ୱ ଏବଂ ଦୁଇ ପାର୍ଶ୍ୱକୁ ସଂଯୋଗ କରୁଥିବା ରାସ୍ତାରେ ବଳି ଦେଇଥିଲେ । ଫଳରେ ସମଗ୍ର ରାଜରାସ୍ତା ରକ୍ତ ରଞ୍ଜିତ ହୋଇଯାଇଥିଲା । ଲକ୍ଷାଧିକ ଭକ୍ତ ଛତରକୁ ଛିଟକନା, ଶାଢି, ନଡିଆ, ମନ୍ଦାରଫୁଲ, ପାରା ଓ ବେଲପତ୍ର ମାନ ଅର୍ପଣ କରିଥିଲେ । ଛତର ସମ୍ମୁଖରେ ଘୁମୁରାନୃତ୍ୟ, ସିଂହବାଦ୍ୟ, ଘଣ୍ଟବାଦ୍ୟ ଓ ନିଶାନ ବାଦ୍ୟ ରାଜବାଟି ସଭା ମଣ୍ଡପରେ ଅନୁଷ୍ଠିତ ଘୁମୁରା ନୃତ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତା ଘୁମୁରା ଦଳ ସହିତ ଅନେକ ଲୋକନୃତ୍ୟ ଦଳ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ମା’ଙ୍କ ଛତର ମୁଖ୍ୟ ମନ୍ଦିରରେ ପହଞ୍ଚିବା କ୍ଷଣି ମହାରାଜ ଉଦିତ ପ୍ରତାପ ଦେଓ ଏବଂ ଯୁବରାଜ ଅନନ୍ତ ପ୍ରତାପ ଦେଓଙ୍କ ସମେତ ତାଙ୍କ ପରିବାର ସଦସ୍ୟମାନେ ବନ୍ଦାପନା କରି ସ୍ବାଗତ ଜଣାଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପୂର୍ବ ବର୍ଷ ପରି ଚଳିତବର୍ଷ ମା’ଙ୍କ ଛତରକୁ ପୂଜକ ମଧୁସୂଦନ ବେହେରା ବହନ କରିଥିଲେ । ଜିଲାପାଳ ଗାଭିଲ ପରାଗ ହର୍ଷଦ, ଏସ୍‌.ପି. ବି. ଗଙ୍ଗାଧର, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ପିଡି ଡିଆରଡିଏ ପ୍ରସନ୍ନ କୁମାର ଷଡଙ୍ଗୀ, ଭବାନୀପାଟଣା ଉପଜିଲାପାଳ ମିର୍ଦ୍ଧା ଟପ୍ପୋ, ତହସିଲଦାର ଲକ୍ଷ୍ମଣ ଅମାତ ଏବଂ ଅତିରିକ୍ତ ଏସ୍‌.ପି. ମଣିପାତ୍ର, ଏସ୍‌.ଡି.ପି.ଓ. ବିରଞ୍ଚତ୍ ପ୍ରସାଦ ଦେଓରୀ, ଟାଉନ୍‌ ଥାନା ଆଇଆଇସି. ସତ୍ୟ କୁମାର ନନ୍ଦଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ତଦାରଖ କରିଥିଲେ । ଚଳିତବର୍ଷ ଜନଗହଳି ସାଙ୍ଗକୁ ପୂର୍ବ ବର୍ଷମାନଙ୍କ ଠାରୁ ଅଧିକ ବଳି ପଡିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୩ ପ୍ଲାଟୁନ ଫୋର୍ସ ସମେତ ୧୦ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର, ୮ ଜଣ ସବ୍‌ଇନ୍ସପେକ୍ଟର, ୩୬ ଜଣ ଏଏସ୍‌ଆଇ, ୪୪ ଜଣ ୱାର, ଏସ୍‌ଓଜି, ଏ.ଆଇ.ପି. ଫୋର୍ସ ସମେତ ଶତାଧିକ ହୋମଗାଡର୍ର୍ଙ୍କୁ ମୁତୟନ କରାଯାଇଥିଲା ା...

ଫୋଟୋ - http://v.duta.us/7l_ohwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/vR3XzgAA

📲 Get Sambalpur News on Whatsapp 💬