[sambalpur] - ଝାରସୁଗୁଡ଼ାରୁ ଦେଶର ମୁଖ୍ୟ ସହରମାନଙ୍କୁ ବିମାନ ଚଳାଚଳ ଦାବି

  |   Sambalpurnews

ସମ୍ବଲପୁର,୧୮।୧୦(ବ୍ୟୁରୋ) ରାଜ୍ୟର ଝାରସୁଗୁଡ଼ାଠାରେ ବହୁ ପ୍ରତିକ୍ଷୀତ ବୀମାନ ବନ୍ଦର ଉଦ୍‌ଘାଟିତ ହୋଇଛି। ଏହି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନୂଆଦିଲ୍ଲୀ, ବମ୍ବେ, କୋଲକାତା ଭଳି ମୁଖ୍ୟ ସହରଗୁଡିକୁ ସିଧାସଳଖ ବିମାନ ଚଳାଚଳ କରାଯିବାକୁ ପ୍ରବାସୀ ଓଡ଼ିଆ ନାଗରିକମାନେ ଦାବି କରିଛନ୍ତି। ୟୁନାଇଟେଡ୍‌ ଆରବ୍‌ ଏମିରେଟ୍ସ (ୟୁଏଇ)ରେ ରହୁଥିବା ପ୍ରବାସୀ ଓଡ଼ିଆ ନାଗରିକ ପ୍ରତିନିଧି ଇଣ୍ଟରନ୍ୟାସନାଲ୍‌ ସିପିଙ୍ଗ୍‌ ଆଣ୍ଡ୍‌ ଲଜିଷ୍ଟିକ୍‌ର ସିଇଓ ସୋମ୍ୟରଞ୍ଜନ ପଟ୍ଟନାୟକ, ୱିପ୍ରୋ (ମଧ୍ୟ ପ୍ରାଚ୍ୟ)ର ଜିଏମ ପ୍ରିୟଦର୍ଶୀ ପାଣିଗ୍ରାହୀ, ଭିଏଫ୍‌ଏସ୍‌ ତାସିର ଆଇନ୍‌ ବିଭାଗର ମୁଖ୍ୟ ଅରିବିନ୍ଦ ବିଶ୍ୱାଳ ପ୍ରମୁଖ ବୁଧବାର ଦୁବାଇଠାରେ ଭାରତୀୟ କନ୍ସଲ୍‌ ଜେନେରାଲ୍‌ ବିପୁଲଙ୍କୁ ସାକ୍ଷାତ କରି ଏ ବାବଦରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ସମେତ ପଶ୍ଚିମାଞ୍ଚଳର ଲୋକେ ଦୂରଦୁରାନ୍ତ ଦେଶରେ ରହୁଛନ୍ତି। ଏମାନଙ୍କୁ ମୁଖ୍ୟତଃ ନୂଆଦିଲ୍ଲୀ ଭଳି ସହରକୁ ଭୁବନେଶ୍ୱର କିମ୍ବା ରାୟପୁରକୁ ବିମାନ ଯୋଗେ ଆସିବାକୁ ପଡ଼ିଥାଏ। ଏହାଦ୍ୱାରା ଏନଆଇଟି, ଆଇଆଇଏମ୍‌, ଭିଏସ୍‌ଏସ୍‌ୟୁଟି, ଭୀମସାର୍‌ ଭଳି ବୃହତ୍‌ ଶିକ୍ଷାନୁଷ୍ଠାନ ଥିଲେ ମଧ୍ୟ ପ୍ଲେସ୍‌ମେଣ୍ଟ କ୍ଷେତ୍ରରେ ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୃହତ୍‌ କମ୍ପାନୀମାନେ ସିଧାସଳଖ ପଶ୍ଚିମ ଓଡ଼ିଶାକୁ ଆସି ପାରୁନାହାନ୍ତି। ସେହିଭଳି ପଶ୍ଚିମ ଓଡ଼ିଶାରେ କେତେକ ବୃହତ୍‌ ଶିଳ୍ପାନୁଷ୍ଠାନ ମଧ୍ୟ ରହିଛି। ହୀରାକୁଦ ଡ୍ୟାମ, ହୁମା, ନୃସିଂହନାଥ, ସମଲେଶ୍ୱରୀ ମନ୍ଦିର, ଡେବ୍ରିଗଡ଼ ଅଭୟାରଣ୍ୟ, ପ୍ରଧାନପାଟ ଭଳି ପର୍ଯ୍ୟଟନ ସ୍ଥଳ ସହ ସମ୍ବଲପୁରୀ ବାନ୍ଧ ବସ୍ତ୍ରର ପ୍ରାଚୁର୍ଯ୍ୟ ରହିଛି । ଏଣୁ ଭୁବନେଶ୍ୱରରୁ ଦୈନିକ ନୂଆଦିଲ୍ଲୀକୁ ଯାଉଥିବା ୧୧ ଓ ମୁମ୍ବାଇକୁ ଯାଉଥିବା ୪ ବିମାନକୁ ପ୍ରାଥମିକ ଭାବେ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ଚଳାଚଳ କରାଯିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି । ଏନଭେଣ୍ଟ ଇଲେକ୍‌ଟ୍ରିକାଲ୍‌ (ମଧ୍ୟ ପ୍ରାଚ୍ୟ)ର ନିର୍ଦ୍ଦେଶକ ମାନସ ପଣ୍ଡା, ଏସ୍‌ପି ଜୈନ୍‌ ଗ୍ଲୋବାଲ୍‌ ମେନେଜମେଣ୍ଟ ସ୍କୁଲର ଜିଏମ ରାଜେଶ ତ୍ରିପାଠୀ, ଅର୍ଥନୀତିଜ୍ଞ ରଜତ ରଥ ମଧ୍ୟ ଦେଶର ମୁଖ୍ୟ ସହରଗୁଡ଼ିକ ସହ ଝାରସୁଗୁଡ଼ା ବିମାନ ବନ୍ଦରର ସିଧାସଳଖ କନେକ୍ଟିଭିଟିର ଆବଶ୍ୟକତା ଉପରେ କନ୍ସଲ୍‌ ଜେନେରାଲ୍‌ଙ୍କୁ ଅବଗତ କରିଛନ୍ତି।...

ଫୋଟୋ - http://v.duta.us/n62bfQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xsWNpQAA

📲 Get Sambalpur News on Whatsapp 💬