[sambalpur] - ଡକାୟତି ଯୋଜନା ଧରାପଡ଼ିଲା: କଂଗ୍ରେସ ନେତାଙ୍କ ସମେତ ୭ ଗିରଫ, ମାରଣାସ୍ତ୍ର ସହ ବୋଲେରୋ,ବାଇକ୍‌ ଜବତ

  |   Sambalpurnews

ସୁନ୍ଦରଗଡ଼, ୧୮।୧୦ (ଡି.ଏନ୍‌.ଏ) -ଦୁର୍ଗାପୂଜାରେ ବଡ଼ଧରଣର ଡ଼କାୟତି କରିବା ପାଇଁ ଯୋଜନା ଚାଲିଥିବାବେଳେ ପୋଲିସ ଭଣ୍ଡୁର କରିଛି। ସୁନ୍ଦରଗଡ଼-ବାମରା ରାସ୍ତାର କିରେଇ ସୂତାକଳ ନିକଟରେ ଚାଲିଥିବା ଡକାୟତି ଯୋଜନା ଧରାପଡ଼ିଛି। ଏକ ଡକାୟତ ଦଳର ୭ଜଣଙ୍କୁ ସୁନ୍ଦରଗଡ଼ ସଦର ଥାନା ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ପୋଲିସ ସେମାନଙ୍କ ନିକଟରୁ ୩ ଭୁଜାଲି, ୩ ଛୁରି, ଗୋଟିଏ ବାଇକ୍‌ ଓ ଜାଲ ନମ୍ବର ଥିବା ଏକ ବୋଲେରୋ ଗାଡି ଜବତ କରିଛି। ବୁଧବାର ସଦର ଏସ୍‌ଡିପିଓ ବଳଭଦ୍ର ଦୀପ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ସଦର ଥାନା ଆଇଆଇସି ରମାକାନ୍ତ ସାଏ ସଦଳବଳ ପାଟ୍ରୋଲିଂ କରୁଥିବାବେଳେ ଏହି ଡକାୟତ ଦଳକୁ ଗିରଫ କରିଥିଲେ। ଏହି ଡକାୟତ ଦଳରେ ସଦର ବ୍ଲକ କଂଗ୍ରେସ କମିଟିର ଜଣେ ନେତା ତାରାଚାନ୍ଦ କିଷାନ (୪୫) ରହିଥିବା ପୋଲିସ କହିଛି। ଅନ୍ୟମାନେ ହେଲେ ବାରଗାଡର ସୁରେଶ ଚନ୍ଦ୍ର ପିଙ୍ଗ (୪୫), ତଳସରାର ପରେଶ ମାଝି (୨୫), ବ୍ରଜରାଜନଗର ଗାନ୍ଧୀ ଛକର ଅନୀଲ ସାହୁ (୩୬), ଲଇକେରାର ପାରେଶ୍ୱର ପିଙ୍କ୍‌, ବାମରାର ଦିଲ୍ଲୀପ ବେହେରା (୫୧) ଓ ବେଣୁଧର ନାଏକ (୪୨)। ଏନେଇ ସଦର ଥାନାରେ ଏକ ମାମଲା (ନଂ. ୧୭୭/୧୮) ରୁଜୁ ହୋଇଛି।

ଫୋଟୋ - http://v.duta.us/1-e2aQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/pOFeogAA

📲 Get Sambalpur News on Whatsapp 💬