[sambalpur] - ରାଉରକେଲାରେ ଦିନରେ ବଢୁଛି ପୂଜା ଭିଡ

  |   Sambalpurnews

ରାଉରକେଲା ଅଫିସ,୧୮।୧୦ଧରାବତରଣ କରିଛନ୍ତି ମା’ଦୁର୍ଗତୀ ନାଶିନୀ ଦେବୀ ଦୁର୍ଗା। ସହରଠାରୁ ଗ୍ରାମ ସବୁଠି ଚଳଚଞ୍ଚଳ ହୋଇପଡ଼ିଛି। ଷ୍ଟିଲ ସିଟିରେ ମା’ଙ୍କର ପୂଜା ବେଶ୍‌ ଧୁମ୍‌ଧାମରେ ପାଳିତ ହେଉଛି। କିନ୍ତୁ ରାତି ଅପେକ୍ଷା ଆଜିକାଲି ଦିନ ବେଳା ବେଶ୍‌ ଭିଡ ନଜରକୁ ଆସୁଛି। ଗତ କିଛି ବର୍ଷ ଧରି ଏପରି ଟ୍ରେଣ୍ଡ ବଢିବାରେ ଲାଗିଛି। ଛେଣ୍ଡ କଲୋନୀଠାରୁ ନେଇ ସେକ୍ଟର-୨ ଦୁର୍ଗା ପୂଜା ମଣ୍ଡପ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତାରେ ସନ୍ଧ୍ୟା ନଇଁବା ପରେ ଲାଗୁଥିବା ଭିଡକୁ ନଜରରେ ରଖି ପରିସ୍ଥିତି ବଦଳିଥିବା କୁହାଯାଇଛି। କୁହାଯାଇଛି ଯେ, ଗାଡି ପାର୍କିିଂ ସ୍ଥଳରୁ ପୂଜା ପେଣ୍ଡାଲ ପର୍ଯ୍ୟନ୍ତ ଯାଇ ଦେବୀ ଦର୍ଶନ ପରେ ଫେରିବାକୁ ଅତ୍ୟନ୍ତ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଏହା ଅନୁଭବ କରାଯିବା ପରେ ରାତି ଦର୍ଶନ ଅପେକ୍ଷା ଦିନ ବୁଲାବୁଲିକୁ ସଂଖ୍ୟା ବହୁଳ ଦର୍ଶକ ପସନ୍ଦ କରୁଛନ୍ତି। ଦେଖାଯାଇଛି ଯେ, ଗତ ୭ମୀ ଦିନରୁ ମା’ ଦୁର୍ଗାଙ୍କ ଦର୍ଶନ ନେଇ ଦିନବେଳା ଭିଡ ଆରମ୍ଭ ହୋଇଛି। ଭିଡରୁ ବର୍ତ୍ତିବା ପାଇଁ ଶ୍ରଦ୍ଧାଳୁ ଦିନରେ ବୁଲାବୁଲି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସନ୍ଧ୍ୟା ୬ଟା ପରେ ଷ୍ଟିଲ ଟାଉନସିପ ଅଞ୍ଚଳରେ ଯେଉଁ ପରିମାଣର ଭିଡ ବଢେ ତାର ପୂର୍ବ ଅନୁଭୂତିକୁ ପରଖିଛନ୍ତି ଦର୍ଶକ। ଅଷ୍ଟମୀରୁ ଷ୍ଟିଲ ସିଟିରେ ପୂଜା ବୁଲା ଆରମ୍ଭ ହୋଇ ରାବଣ ପୋଡି ଦିନ ଶେଷ ହୁଏ। ଦେଖା ଯାଇଛି ଏଥର ଅଷ୍ଟମୀ ବୁଧବାର ଦିପହରରେ ଅନେକ ପେଣ୍ଡାଲ ସମ୍ମୁଖରେ ଦର୍ଶକଙ୍କ ଭିଡ ଲାଗି ରହିଥିଲା। ରାସ୍ତା ଉପରେ ମାଳମାଳ ଗାଡି ଧାଡି ଲାଗିଥିଲା। ଏ ନେଇ ଜଣେ ମହିଳା ଶ୍ରଦ୍ଧାଳୁ ପ୍ରମୋଦିନୀ ଷଡଙ୍ଗୀଙ୍କୁ ପଚାରାଯିବାରୁ ସେ କହିଛନ୍ତି ରାତି ଠେଲାପେଲା ଅପେକ୍ଷା ଦିନରେ ପିଲାମାନେ ଶାନ୍ତିରେ ଟିକେ ବୁଲାବୁଲି କରି ପାରୁଛନ୍ତି। ଏହା ବ୍ୟତୀତ ଗାଡି ପାର୍କିଂ ଫି ଦେବାକୁ ପଡୁନି କି ଭିଡ ଭିତରୁ ଗାଡି ବାହାର କରିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନି। ଅତି ବେଶିରେ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଘରେ ଆମେ ପହଞ୍ଚତ୍ ଯାଉଛୁ। ଏଣୁ ଆମେ ଦିନ ବୁଲାକୁ ଅଧିକ ପସନ୍ଦ କରୁଛୁ। ସେହିପରି ଫର୍ଟିଲାଇଜର ଟାଉନସିପର ଅନ୍ୟ ଜଣେ ଦର୍ଶକ ବିଜୁ ବେହେରା କହିଥିଲେ ଆମ ସାଙ୍ଗରେ ପୂଜା ବୁଲିବାକୁ ଆସୁଥିବା ପରିବାରର ବୃଦ୍ଧା ବୃଦ୍ଧଙ୍କୁ ଏପରି ଭିଡ ଭିତରେ ଠାକୁର ଦର୍ଶନ କରାଇବା କଷ୍ଟକର ହେଉଛି। ଏଣୁ ଦିନରେ ବୁଲାବୁଲି ସହଜ ଓ ସୁବିଧା ହେଉଛି। ଏ ନେଇ ଲାଠିକଟା ଅଞ୍ଚଳର ଜଣେ ଦର୍ଶକ ମୁଣ୍ଡାରୀ କହିଛନ୍ତି ଆମେ ଗଁା ଗହଳି ବାସିନ୍ଦା ଦୀର୍ଘ ୧୮ରୁ ୨୨କିମି ଦୂରରୁ ସହରକୁ ପୂଜା ବୁଲି ଆସୁଛୁ। ବାଇକ ପାର୍କିଂ ନେଇ ଫି ୧୦ଟଙ୍କା ଧାର୍ଯ୍ୟ କରାଯାଇଛି। ଏପରି ଅବସ୍ଥାରେ ୨୦ଟି ପେଣ୍ଡାଲ ବୁଲିଲେ କେବଳ ପାର୍କିଂ ଫି ବାବଦକୁ ୨ଶହ ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏଣୁ ଦିନରେ ବୁଲାବୁଲି କରି ସନ୍ଧ୍ୟା ସୁଦ୍ଧା ଘରକୁ ଫେରିଯିବା ଭଲ। ଏବେ ତେଲ ଦର ଯାହା ତାକୁ ଦେଖିଲେ ଅଟୋ କାର ରିଜର୍ଭ କରି ୩ରୁ ୪ଘଣ୍ଟା ପୂଜା ବୁଲିବା ଆଉ ସମ୍ଭବ ହେଉ ନାହିଁ। ଏପରି ଅବସ୍ଥାରେ ଗାଡି ଭଡା କରି ସହରସାରା ପୂଜା ବୁଲିବାକୁ ଆଉ ମନରେ ଆଗ୍ରହ ନାହିଁ। ପୂର୍ବରୁ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଥିବା ପୂଜା ମଣ୍ଡପ ସମ୍ମୁଖ ପଡିଆରେ ମୀନା ବଜାର ନେଇ ଭିଡ ଜମୁଥିବାରୁ ସ୍ଥାନାଭାବ ଏକ ବଡ ସମସ୍ୟା ପାଲଟିଛି। ବହୁ ସ୍ଥାନରେ ଟ୍ରାଫିକ ସମସ୍ୟା ଅତି ଉକତ୍ଟ ହୋଇଥିବାବେଳେ ସାଧାରଣ ଲୋକେ ଏହାକୁ ସମ୍ମୁଖୀନ ହେବା କଷ୍ଟକର ହେଉଛି। ଏଣୁ ଷ୍ଟିଲ ସିଟିରେ ଧିରେ ଧିରେ ଦିନ ପୂଜା ବୁଲା ଆଗ୍ରହ ବଢିବାରେ ଲାଗିଥିବା ବେଳେ ରାତି ପୂଜା ବୁଲା କମିବାରେ ଲାଗିଛି ବୋଲି ସାମାଜିକ କର୍ମୀ ଅଜୟ ବିଶ୍ୱାଳ କହିଛନ୍ତି।...

ଫୋଟୋ - http://v.duta.us/JFA3NgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/L6YokAAA

📲 Get Sambalpur News on Whatsapp 💬