[sambalpur] - ଲୋଇସିଂହାରେ ୩ ଦିନିଆ ରାବଣ ଦରବାର ଆରମ୍ଭ
ଲୋଇସିଂହା,୧୮।୧୦(ଡି.ଏନ.ଏ)- ବଲାଙ୍ଗୀର ଜିଲା ଲୋଇସିଂହା ମା’ ଦୁର୍ଗା କ୍ଲବ ପକ୍ଷରୁ ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ପୂଜା କମିଟି ପକ୍ଷରୁ ୩ଦିନିଆ ରାବଣ ଦରବାର କାର୍ଯ୍ୟକ୍ରମ ରଖାଯାଇଛି। ବୁଧବାର ସନ୍ଧ୍ୟାରେ ରାବଣ ଦରବାର ଆରମ୍ଭ ହୋଇଥିଲା। ଏହା ଗୁରୁବାର ଓ ଶୁକ୍ରବାର ଚାଲିବ। ବିଶିଷ୍ଟ କଳାକାର ରବୀନ୍ଦ୍ର ସାହୁ ରାବଣ ଭୂମିକାରେ ଅଭିନୟ କରି ଲୋଇସିଂହା ବସ୍ତିରେ ଦିଗବିଜୟ ଆରମ୍ଭ କରିଥିଲେ। ପରେ ପୂଜାମଣ୍ଡପ ନିକଟରେ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦରବାରରେ ବିଜେଡି ରାଜ୍ୟ ଯୁବ ସମ୍ପାଦକ ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜାନା ସମ୍ପର୍କରେ ସମ୍ୟକ ଅବତାରଣା କରିଥିଲେ। ଲୋଇସିଂହାର ବିକାଶ ପାଇଁ ସଦାବେଳେ ଚେଷ୍ଟିତ ବୋଲି କହିଥିଲେ। ପୂଜା କମିଟିର ବିଭିନ୍ନ ସମସ୍ୟା ଜଣାଇଲେ ସମାଧାନ ପାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଅବସରରେ ପୂଜା କମିଟିର କର୍ମକର୍ତ୍ତା ମଞ୍ଚାସୀନ ହୋଇଥିଲେ। ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ଉପଭୋଗ କରିଥିଲେ।
ଫୋଟୋ - http://v.duta.us/OWLm4QAA
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/854rPgAA