[sambalpur] - ସିଆଇଏସ୍ସିଇ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା: ବେଲପାହାଡ଼ର ୨ଛାତ୍ରଙ୍କ ସଫଳତା
ବେଲପାହାଡ଼,୧୮।୧୦(ଡ଼ି.ଏନ୍.ଏ.)ଗତ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁନେଠାରେ କାଉନସିଲ ଅଫ୍ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ(ସିଆଇଏସ୍ସିଇ) ଜାତୀୟ ଦୌଡ଼କୁଦ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ଝାରସୁଗୁଡ଼ା ଜିଲା ବେଲପାହାଡ଼ ଇଂଲିଶ ମିଡ଼ିୟମ ବିଦ୍ୟାଳୟର ଦୁଇ ଜଣ ଛାତ୍ର ତୁଷାର ଶର୍ମା ଓ ରାଜବୀର ସିଂ ଭଲ ସଫଳତା ଅର୍ଜନ କରିଛନ୍ତି । ପ୍ରତିଯୋଗିତାରେ ୧୯ବର୍ଷରୁ କମ ବାଳକ ବିଭାଗ ଟ୍ରିପଲ ଜମ୍ପରେ ତୁଷାର ଶର୍ମା ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ରାଜବୀର ସିଂ ସଟ୍ଫୁଟ ଓ ଡ଼ିସକସ୍ଥ୍ରୋରେ ଦ୍ୱିତୀୟ ହୋଇ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଦୁଇ ଜଣ ଛାତ୍ର ଆଗାମୀ ଦିନରେ ସ୍କୁଲ ଗେମ୍ସ ଫେଡ଼େରେଶନ ଅଫ୍ ଇଣ୍ଡିଆ(ଏସ୍ଜିଏଫ୍ଆଇ) ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସିଆଇଏସ୍ସିଇ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି ।
ବେଲପାହାଡ଼,୧୮।୧୦(ଡ଼ି.ଏନ୍.ଏ.)
ଗତ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁନେଠାରେ କାଉନସିଲ ଅଫ୍ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ(ସିଆଇଏସ୍ସିଇ) ଜାତୀୟ ଦୌଡ଼କୁଦ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ଝାରସୁଗୁଡ଼ା ଜିଲା ବେଲପାହାଡ଼ ଇଂଲିଶ ମିଡ଼ିୟମ ବିଦ୍ୟାଳୟର ଦୁଇ ଜଣ ଛାତ୍ର ତୁଷାର ଶର୍ମା ଓ ରାଜବୀର ସିଂ ଭଲ ସଫଳତା ଅର୍ଜନ କରିଛନ୍ତି । ପ୍ରତିଯୋଗିତାରେ ୧୯ବର୍ଷରୁ କମ ବାଳକ ବିଭାଗ ଟ୍ରିପଲ ଜମ୍ପରେ ତୁଷାର ଶର୍ମା ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ରାଜବୀର ସିଂ ସଟ୍ଫୁଟ ଓ ଡ଼ିସକସ୍ଥ୍ରୋରେ ଦ୍ୱିତୀୟ ହୋଇ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଦୁଇ ଜଣ ଛାତ୍ର ଆଗାମୀ ଦିନରେ ସ୍କୁଲ ଗେମ୍ସ ଫେଡ଼େରେଶନ ଅଫ୍ ଇଣ୍ଡିଆ(ଏସ୍ଜିଏଫ୍ଆଇ) ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସିଆଇଏସ୍ସିଇ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି ।
ଫୋଟୋ - http://v.duta.us/uywnSwAA
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tq95KgAA