[sambalpur] - ୫୧ ବର୍ଷରେ ଟିକ୍ରାପଡ଼ା ଗାନ୍ଧୀ ପାଠାଗାର ଦୁର୍ଗାପୂଜା: ସାମିଲ ହୋଇଛନ୍ତି ସବୁଧର୍ମର ଲୋକେ
ବଲାଙ୍ଗୀର ଅଫିସ,୧୮।୧୦- ବଲାଙ୍ଗୀର ଟିକ୍ରାପଡ଼ା ଗାନ୍ଧୀ ପାଠାଗାର ଦୁର୍ଗାପୂଜା ୫୧ ବର୍ଷରେ ପଦାର୍ପଣ କରିଛି। ଏଥିରେ ସବୁଧର୍ମର ଲୋକେ ସାମିଲ ହୋଇଛନ୍ତି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜାରେ ମୁଖ୍ୟକର୍ତ୍ତା ଭାବେ ସଦାଶିବ ଶତପଥୀ ଓ ନମିତା ଶତପଥୀ ଦାୟିତ୍ୱ ତୁଲାଉଛନ୍ତି। ସୁବର୍ଣ୍ଣପୁର ଜିଲା ବିନିକା ନିକଟସ୍ଥ ଉର୍ଲ୍ଲେ ଗାଁର ପୂଜକ ଜଗଦୀଶ ପୁରୋହିତ ଏବଂ ସହକର୍ମୀ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ପୂଜା କମିଟି ସଭାପତି ସମୀର କୁମାର ପଟ୍ଟନାୟକ, ସମ୍ପାଦକ ଆନିସ ସାହୁ, କୋଷାଧ୍ୟକ୍ଷ ଅଙ୍କୁଶ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗାନ୍ଧୀ ପାଠାଗାର ସଭାପତି ଭଗବାନ ବଗର୍ତ୍ତୀ, ବିକ୍ରମାନନ୍ଦ ବହିଦାର, ରାଜେନ୍ଦ୍ର ପାଣି, ଚିତ୍ତରଞ୍ଜନ ସାହୁ, ଜିତେନ୍ଦ୍ର କୁମାର ନାଗ, ପ୍ରମୋଦ କୁମାର ସାହୁ, ପ୍ରକାଶ ନେପାକ, ସଂଗ୍ରାମ ବହିଦାର, ସନ୍ତକ ବହିଦାର, ବନମାଳୀ ମିଶ୍ର, ପ୍ରଦୀପ ସାହୁ, ରାଜେନ୍ଦ୍ର ମିଶ୍ର, ରିଆଜ ଖାନ୍, ମହମ୍ମଦ ଆକବର, ରାଜେଶ ହୋତା, ଦିଲୀପ ସାହୁ, ଭକ୍ତ ପୋଢ଼, ଦୁର୍ଜ ଗଡତିଆ, ଆନନ୍ଦ ଦାସ, ଅଜିତ କୁମାର ପଣ୍ଡାଙ୍କ ସହ ଅନ୍ୟ ସଦସ୍ୟଙ୍କ ସହଯୋଗରେ ଚଳିତ ବର୍ଷର ଦୁର୍ଗା ପୂଜା ଚାଲିଛି।
ଫୋଟୋ - http://v.duta.us/RZGpfQAA
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/junfewAA