[anugul-dhenkanal] - ଜିଲା ଯୋଜନା କମିଟି ବୈଠକ: ୧୩୨୭. ୨୮କୋଟି ଅନୁମୋଦିତ

  |   Anugul-Dhenkanalnews

ଢେଙ୍କାନାଳ ଅଫିସ, ୨୬ା୧୦: ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ସରୋଜ କୁମାର ସାମଲ ଏଥିରେ ଅଧ୍ୟକ୍ଷତା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଯୋଜନାର ସଫଳ ରୂପାୟନ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହି ସହଯୋଗ ମନୋବୃତ୍ତି ନେଇ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଢେଙ୍କାନାଳ ପ୍ରଗତିଶୀଳ ଜିଲାରେ ପରିଣତ ହେବ ବୋଲି ସେ କହିଥିଲେ।ଚଳିତବର୍ଷ ୧୯୮ ସ୍କିମ୍‌କୁ ନେଇ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ବାର୍ଷିକ ଯୋଜନା ଚିଠା ପ୍ରସ୍ତୁତ କରାଯାଇଛି। ଜିଲାର ବିକାଶ ପାଇଁ ୧୩୨୭ କୋଟି ୨୮ଲକ୍ଷ ୮୬ ହଜାର ଟଙ୍କା ବ୍ୟୟବରାଦ ହୋଇଛି। ଏହାକୁ ବୈଠକରେ ଅନୁମୋଦନ କରାଯାଇଥିଲା। ସେଥିରୁ କୃଷି ଓ କୃଷିଭିତ୍ତିକ କାର୍ଯ୍ୟରେ ୬୨୦୮.୧୪ ଲକ୍ଷ, ଗ୍ରାମ୍ୟ ଉନ୍ନୟନରେ ୧୨୯୩୪. ୭୨ ଲକ୍ଷ, ସ୍ବତନ୍ତ୍ର ଆଞ୍ଚଳିକ ଉନ୍ନୟନ କାର୍ଯ୍ୟ ପାଇଁ ୧୪୮୮.୬୦ଲକ୍ଷ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୯୦୭୦.୪୮ଲକ୍ଷ, ଶକ୍ତି ବିଭାଗ ପାଇଁ ୭୦୩.୮୬ ଲକ୍ଷ, ଶିଳ୍ପ ବିଭାଗ ପାଇଁ ୪୫.୯୩ ଲକ୍ଷ, ଗମନାଗମନ ପାଇଁ ୪୬୭୮୬.୫୯ ଲକ୍ଷ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଓ ପରିବେଶ ପାଇଁ ୬୬.୦୫ଲକ୍ଷ, ସାଧାରଣ ଅର୍ଥନୈତିକ ସେବା ପାଇଁ ୭୧୯ଲକ୍ଷ ଏବଂ ସାମାଜିକ ସେବା ପାଇଁ ୫୪୭୦୬.୦୩ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏଥିସହ ଗମନାଗମନ, ବିଦ୍ୟାଳୟ ଉନ୍ନତୀକରଣ, ସ୍ବାସ୍ଥ୍ୟ ବିଭାଗର ଆଲୋଚନା କରାଯାଇଥିଲା। ଜିଲାରେ ମେଗା ପାଇପ୍‌ ଜଳଯୋଗାଣ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତୀକରଣ କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ। ବନ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ଜନପ୍ରତିନିଧିଙ୍କୁ ଦେଉନାହାନ୍ତି। ଏହାକୁ ନେଇ କମିଟି ଅଧ୍ୟକ୍ଷ, ମନ୍ତ୍ରୀ, ଜିଲା ପରିଷଦ ଉପସଭାପତି କୋଦଣ୍ଡଧର ସାହୁ, ସଭ୍ୟ ରଞ୍ଜନ ପଣ୍ଡା ଅସନ୍ତୋଷ ବ୍ୟକ୍ତ କରିଥିଲେ। ବୈଠକରେ ଜିଲା ପରିଷଦ ସଭାନେତ୍ରୀ ମିନତୀ ନାୟକ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ପଞ୍ଚାୟତ ଜନପ୍ରତିନିଧିଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ଯୋଜନା...

ଫୋଟୋ - http://v.duta.us/KUCL1AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/LDsqkQAA

📲 Get Anugul-dhenkanal News on Whatsapp 💬