[anugul-dhenkanal] - ମଣ୍ଡପରେ ଝଟକୁଛନ୍ତି ମା’

  |   Anugul-Dhenkanalnews

ଢେଙ୍କାନାଳ ଅଫିସ, ୨୬ା୧୦: ବୁଧବାର ରାତିରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା। ଜୀବନ୍ୟାସ ପରେ ପାରମ୍ପରିକ ନୀତିରେ ମଣ୍ଡପରେ ଚାଲିଛି ଦେବୀଙ୍କ ପୂଜାର୍ଚ୍ଚନା। ଏହାକୁ ନେଇ ସହର ପରିବେଶରେ ଭରିଛି ଆଧ୍ୟାତ୍ମିକ ବାତାବରଣ। ଏଥର ପୂଜାରେ ପ୍ରମୁଖ ଆକର୍ଷଣ ସାଜିଛି ଚାନ୍ଦିମେଢ଼। ଚଳିତ ବର୍ଷ ଚାନ୍ଦିମେଢ଼ କ୍ଲବରେ ସାମିଲ ହୋଇଛନ୍ତି ସହରର ପ୍ରମୁଖ ପୂଜା ପ୍ରତିଷ୍ଠାନ ଗଣେଶ ବଜାର ଏବଂ ଗୁଡ଼ିଆନାଳୀ। ପୂର୍ବରୁ ମିନାବଜାର ଓ କୈବଲ୍ୟ ବଜାରରେ ଚାନ୍ଦିମେଢ଼ ହୋଇ ଆସୁଥିବାବେଳେ ଚଳିତବଷର୍ର୍ ଏହି ସଂଖ୍ୟା ୪ରେ ପହଞ୍ଚତ୍ଛି। ନୂତନ ଭାବେ ହୋଇଥିବା ସାଜସଜ୍ଜା ମଣ୍ଡପକୁ କମନୀୟ କରି ଗଢ଼ି ତୋଳିଥିବାବେଳେ ଏହାକୁ ନେଇ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।ଗଣେଶ ବଜାର ପୂଜା ଚଳିତବର୍ଷ ୭୧ବର୍ଷରେ ପହଞ୍ଚତ୍ଛି। ଏହି ଅବସରରେ ପ୍ରତିଷ୍ଠାନ ପକ୍ଷରୁ ୨କୁଇଣ୍ଟାଲ ୭୫ କିଗ୍ରାରେ ପ୍ରସ୍ତୁତ କରାଯାଇଛି ଚାନ୍ଦିମେଢ଼, ଯାହାର ମୂଲ୍ୟ ପାଖାପାଖି ୧କୋଟି ୨୦ଲକ୍ଷ ଟଙ୍କା। କଟକ ମାନସିଂପାଟଣାର ଜାତୀୟ ପୁରସ୍କାରପ୍ରାପ୍ତ କାରିଗର ଦେବେନ୍ଦ୍ର ସାହୁ ଏହାକୁ ନିର୍ମାଣ କରିଛନ୍ତି। ଏଥିସହ ସୂଷ୍ମ କାରୁକାର୍ଯ୍ୟରେ ଭରା ମା’ଙ୍କ ରୁପା ମକୁଟ, ସୁନା କାନଫୁଲ, ଚିତା, ହାର ବେଶ୍‌ ଆକର୍ଷଣୀୟ ହୋଇଛି।ସେହିପରି ୬୯ ବର୍ଷରେ ପାଦ ଦେଇଥିବା ଗୁଡ଼ିଆନାଳୀ ପୂଜା ପ୍ରତିଷ୍ଠାନ ମଧ୍ୟ ଏବର୍ଷ ପୂଜାରେ ବଢ଼ାଇଛି ଖର୍ଚ୍ଚ ଅଟକଳ। ବିଗତ ବର୍ଷଗୁଡ଼ିକରେ ପୂଜାରେ ହାରାହାରି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଚଳିତବର୍ଷ ଚାନ୍ଦିମେଢ଼ ଲାଗି ୫୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହାକୁ ବାଦ୍‌ ଦେଲେ ଅନ୍ୟାନ୍ୟ ସାଜସଜ୍ଜାରେ ଖର୍ଚ୍ଚ ହୋଇଛି ୧୭ଲକ୍ଷ ଟଙ୍କା। ମେଢ଼ରେ ୧କୁଇଣ୍ଟାଲ ୨୦ କି.ଗ୍ରା. ଚାନ୍ଦି ବ୍ୟବହାର କରାଯାଇଛି। କଟକ ଆଲିଶାବଜାର ଅଞ୍ଚଳର ଶିଳ୍ପୀ ପ୍ରଫୁଲ୍ଲ ପୃଷ୍ଟିଙ୍କ ଦ୍ୱାରା ଏହା ନିର୍ମିତ ହୋଇଛି। ରୁପା ମୁକୁଟ, ସୁନାର ଟିକିଲିରେ ମା’ ଝଟକୁଛନ୍ତି। ଅନୁଷ୍ଠାନ ପକ୍ଷରୁ ମହୀଶୂର ପ୍ୟାଲେସ୍‌ ପ୍ରତିକୃତି ମଣ୍ଡପ ପ୍ରସ୍ତୁତ କରାଯାଇଛି, ଯାହା ସହରର ପ୍ରମୁଖ ଆକର୍ଷଣ ମଧ୍ୟରୁ ଗୋଟିଏ।...

ଫୋଟୋ - http://v.duta.us/2bcHugAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/wjVLvQAA

📲 Get Anugul-dhenkanal News on Whatsapp 💬