[anugul-dhenkanal] - ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

  |   Anugul-Dhenkanalnews

ବଇଣ୍ଡା,୨୬।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଳ ଷ୍ଟେଶନଠାରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ରେଳମନ୍ତ୍ରୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଉକ୍ତ ଚିଠିର ଏକ ନକଲ ବାମୁର ରେଳ ଉପଭୋକ୍ତା କମିଟିର ସମ୍ପାଦକ ସଞ୍ଜୀବ କୁମାର ପ୍ରଧାନଙ୍କୁ ଡାକ ମାଧ୍ୟମରେ ଅବଗତ କରାଯାଇଛି। ଚିଠି ନଂ. ୬୭୫୦୨ ତା ୧୬।୧୦।୨୦୧୮ରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ବାମୁର ରେଳ ଷ୍ଟେଶନ ଉପରେ କିଶୋରନଗର ବ୍ଲକ ସମେତ ୧୫ଟି ପଞ୍ଚାୟତର ବାସିନ୍ଦା ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ନିର୍ଭର କରୁଛନ୍ତି। ଏହି ଷ୍ଟେଶନରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରହୁଥିବାବେଳେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ ରହଣି କରୁନାହିଁ। ଏଥିଯୋଗୁ ଲୋକେ ବହୁ ହଇରାଣ ହେଉଛନ୍ତି। ତୁରନ୍ତ ସେଠାରେ ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ ରହଣି ହେଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ରେଳମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ଫୋଟୋ - http://v.duta.us/9rEnqQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/s53VBQAA

📲 Get Anugul-dhenkanal News on Whatsapp 💬