[balasore] - ବାଇକ୍‌ ଜବତ, ଚୋର ଗିରଫ

  |   Balasorenews

ଯୋଡ଼ା, ୨୬।୧୦(ଡି.ଏନ.ଏ.): ଯୋଡ଼ା ସହରାଞ୍ଚଳରେ ଚୋରି ହୋଇଯାଇଥିବା ୨ ବାଇକକୁ ପୋଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ରୁସ୍ତମ ଖାନ। ଯୋଡ଼ା ସହରର ଝୁମ୍ପୁଡ଼ି ହଟିଂର ରଞ୍ଜନ ମହାପାତ୍ରଙ୍କ ବାଇକ୍‌ ନଂ ଓଆର୦୯କ୍ୟୁ ୯୨୯୪ ଓ ମହୋତା ନସିଂ ହୋମ ନିକଟସ୍ଥ ହୋଟେଲରୁ ନରେନ୍ଦ୍ର ଗିରିଙ୍କ ବାଇକ ନଂ ଓଡ଼ି୦୯ଏ ୬୦୦୭ ଗତ ୨୩ରେ ଚୋରି ହୋଇଥିଲା। ଏ ନେଇ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ଶୁକ୍ରବାର ଭୋର ସମୟରେ ମହାବୀର ଛକ ନିକଟରେ ଥିବା ପ୍ରିନ୍ସ ଟାୟାର ଦୋକାନରୁ ଉକ୍ତ ୨ ବାଇକ୍‌ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ସହୀଦନଗରର ରୁସ୍ତମଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ରଞ୍ଜିତ କୁମାର ପଟ୍ଟନାୟକ କହିଛନ୍ତି।

ଫୋଟୋ - http://v.duta.us/f-ZTRAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/cdMj8wAA

📲 Get Balasore News on Whatsapp 💬