[berahampur] - ଗଞ୍ଜାମ ଚମାଖଣ୍ଡିରେ ଏନ୍‌କାଉଣ୍ଟର: ୨ କ୍ରିମିନାଲ ଆହତ

  |   Berahampurnews

ଛତ୍ରପୁର, ୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା କାନମାନ ଗାଁ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଏନ୍‌କାଉଣ୍ଟରରେ ୨ କ୍ରିମିନାଲ ଆହତ ହୋଇଛନ୍ତି। ସେମାନେ ହେଲେ ପୋଲସରାର ମନୋଜ ସାହୁ ଏବଂ ଖୋର୍ଦ୍ଧା କାଇପଦର ଅଞ୍ଚଳର ବିଶ୍ୱଜିତ୍‌ ବାରିକ ଓରଫ ମୁନା। ସେମାନଙ୍କ ନିକଟରୁ ୨ ବନ୍ଧୁକ, ୪ ଅଫୁଟା ଗୁଳି, ଏକ ସ୍ବିଫ୍ଟ ଗାଡି ଓ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରକାଶ ଯେ, କାନମାନ ଗାଁ ନିକଟରେ ପୋଲିସ ସହ ଏହି ଅପରାଧୀମାନେ ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଅପରାଧୀଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ସେମାନଙ୍କ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ୨ ଅପରାଧୀ ଖୋର୍ଦ୍ଧା ପେଟ୍ରୋଲ ପମ୍ପ୍‌ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି।

ଫୋଟୋ - http://v.duta.us/2iy2HQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/cBFJxAAA

📲 Get Berahampur News on Whatsapp 💬