[rayagada] - ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ ମୁଖ୍ୟ କିରାଣି

  |   Rayagadanews

କାଶୀନଗର/ପାରଳାଖେମୁଣ୍ଡି, ୨୬।୧୦(ଡି.ଏନ.ଏ./ସ୍ବ.ପ୍ର.) -ପେନସନ କରାଇ ଦେବାକୁ କହି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର ଗଜପତି ଜିଲା କାଶୀନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ସୁରେନ୍ଦ୍ର ନାଥ ମହାଙ୍କୁଡ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କୁ ପଚରାଉଚରା ପରେ ଗିରଫ କରାଯାଇ ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୨୦୧୩ ମସିହାରୁ ଶିକ୍ଷକ ଶ୍ୟାମସୁନ୍ଦର ପଟ୍ଟନାୟକ ସରକାରୀ ଚାକିରିରୁ ଅବସରଗ୍ରହଣ କରିସାରିଛନ୍ତି। ଏହାପରଠୁ ସେ ପେନସନ ଏବଂ ଅବସରକାଳୀନ ଭତ୍ତା ପାଇବା ପାଇଁ ବାରମ୍ବାର କାଶୀନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଧାଉଁଥିଲେ। ମାତ୍ର ତାଙ୍କୁ ସବୁ ଥର ନିରାଶ ହେବାକୁ ପଡୁଥିଲା। ଶେଷରେ ସେ ଏଥିଲାଗି ମୁଖ୍ୟ କିରାଣି ମହାଙ୍କୁଡଙ୍କୁ ନେହୁରା ହୋଇଥିଲେ। ପେନସନ ଏବଂ ଅବସରକାଳୀନ ଭତ୍ତା ସଂକ୍ରାନ୍ତ କାଗଜପତ୍ର ପ୍ରସ୍ତୁତ କରିଦେବା ପାଇଁ ମହାଙ୍କୁଡ ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଅର୍ଥ ଦେବାକୁ ଶିକ୍ଷକ ପଟ୍ଟନାୟକ ବାଧ୍ୟହୋଇ ରାଜି ହୋଇଥିଲେ। ଏହାପରେ ଗୁରୁବାର ସେ ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଲାଞ୍ଚ ନେବାବେଳେ ମହାଙ୍କୁଡଙ୍କୁ ଗିରଫ କରିବା ଲାଗି ଭିଜିଲାନ୍ସ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେହି ଅନୁଯାୟୀ ଶିକ୍ଷକ ପଟ୍ଟନାୟକ ଶୁକ୍ରବାର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟ କିରାଣି ମହାଙ୍କୁଡଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ପୂର୍ବରୁ ପାରଳାଖେମୁଣ୍ଡି ଭିଜିଲାନ୍ସ ଡିଏସ୍‌ପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ସେଠାରେ ଲୁଚିରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ସଙ୍ଗେସଙ୍ଗେ ମହାଙ୍କୁଡଙ୍କ କମ୍ପ୍ୟୁଟର ଟେବୁଲ ଡ୍ର’ରୁ ଉକ୍ତ ଟଙ୍କା ଜବତ କରିଥିଲେ। ଏଥିସହ ତାଙ୍କୁ ଗିରଫ କରି ବ୍ରହ୍ମପୁର ନେଇଯାଇଥିଲେ। ସେ ପାରଳାଖେମୁଣ୍ଡି ସହରର ବାସିନ୍ଦା ବୋଲି ଜଣାପଡ଼ିଛି।...

ଫୋଟୋ - http://v.duta.us/NPu6owAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/hiHLswAA

📲 Get Rayagada News on Whatsapp 💬