[sambalpur] - ଜିଲା ଦାବି ନେଇ ୧୨ଘଣ୍ଟିଆ ଟିଟଲାଗଡ଼ ବନ୍ଦ

  |   Sambalpurnews

ଟିଟଲାଗଡ଼,୨୬।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟଲାଗଡକୁ ଜିଲା ମାନ୍ୟତା ଦାବି ନେଇ ଶୁକ୍ରବାର ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲା କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆହୁତ ବନ୍ଦ ପାଳନରେ ସମସ୍ତ ଦଳ, ସଂଗଠନ ସାମିଲ ହୋଇଛନ୍ତି। ବନ୍ଦ ସ୍ବତପ୍ରବୃତ ହୋଇଛି। ଟିଟଲାଗଡ଼କୁ କୌଣସି ବସ ଚଳାଚଳ ହେଉନଥିବାବେଳେ ଟ୍ରେନ ଚଳାଚଳ କରୁଛି। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ସେହିପରି ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ବ୍ୟାଙ୍କ, କୋର୍ଟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଏଲଆଇସି, ଏଫସଆଇ, ଡାକ ବିଭାଗ, ଟ୍ରେଜେରୀ ଆଜି ବନ୍ଦ ରହିଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମସ୍ତ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।

ଫୋଟୋ - http://v.duta.us/XcyTsgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/SZWFogAA

📲 Get Sambalpur News on Whatsapp 💬