[upakula-odisha] - ବିଦ୍ୟୁତ୍‌ ଆଘାତରେ ଚାଷୀ ମୃତ, ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

  |   Upakula-Odishanews

ନୂଆଗାଁ,୨୬।୧୦(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଳକ ଖାଲମଡା ଗ୍ରାମର ଜଣେ ଚାଷୀ ଜମିକୁ କାମ କରିବା ପାଇଁ ଯାଇଥିବାବେଳେ ବିଦ୍ୟୁତ୍‌ ସଂର୍ସ୍ପଶରେ ଆସି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଖାଲମଡା ଗ୍ରାମର ନିରଞ୍ଜନ ପ୍ରଧାନ (୫୨)। ତାଙ୍କ ମୃତ୍ୟୁ ପରେ ଖାଲମଡା ଗ୍ରାମର ଶତାଧିକ ଲୋକ କ୍ଷତିପୂରଣ ଦାବିକରି ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।

ପ୍ରକାଶ ଯେ, ନିରଞ୍ଜନ ଗାଁ ପାଖ ଜମିକୁ ସକାଳ ୬ଟାରେ କାମ କରିବା ପାଇଁ ଯାଇଥିବାବେଳେ ପୂର୍ବରୁ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ତାଙ୍କ ଗୋଡରେ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମର କିଛି ଲୋକ ସେହି ବାଟ ଦେଇ ଯାଉଥିବାବେଳେ ନିରଞ୍ଜନ ନିସ୍ତେଜ ହୋଇ ପଡିଥିବା ଦେଖି ଅନ୍ୟମାନଙ୍କୁ ଡାକିଥିଲେ। ତୁରନ୍ତ ବିଦ୍ୟୁତ୍‌ ବିଭାଗକୁ ଖବର ଦେଇ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଇଥିଲେ। ତେବେ ବିଦ୍ୟୁତ୍‌ ବିଭାଗର କେହି ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚତ୍ବାରୁ ଅତିଷ୍ଠ ହୋଇ ଗ୍ରାମବାସୀ ମୃତଦେହ ରଖି ସେସୁ ଅଫିସ ସମ୍ମୁଖ ୫୭ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ନୟାଗଡ ଏସଡିପିଓ ରାମଚନ୍ଦ୍ର ସାହୁ ି ଓ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। କିଛି ପୁରୁଖା ଲୋକଙ୍କୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ନୂଆଗାଁ ବ୍ଲକ ସଭାଗୃହ ମଧ୍ୟରେ ଆଲୋଚନା କରାଯାଇଥିଲା। ବିଦ୍ୟୁତ୍‌ ବିଭାଗ ତରଫରୁ ୫୦ ହଜାର,ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମୃତକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ରାଶି ଦିଆଯିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।...

ଫୋଟୋ - http://v.duta.us/48NcOAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/77e2UAAA

📲 Get Upakula-odisha News on Whatsapp 💬