[anugul-dhenkanal] - ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

  |   Anugul-Dhenkanalnews

ପରଜଙ୍ଗ, ୧୩।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାରେ ବଢୁଥିବା ଅବାଧ ମଦକାରବାର ରୋକିବାକୁ ଅବକାରୀ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ସ୍ବତନ୍ତ୍ର ସ୍କ୍ବାଡ୍‌। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ସ୍କ୍ବାଡ୍‌ ପକ୍ଷରୁ ପରଜଙ୍ଗ ବ୍ଲକ ଆମ୍ବପଳାସ ଅଞ୍ଚଳରେ ଚଢ଼ାଉ କରାଯାଇ ୧୬୦ ଲିଟର ମହୁଲି ମଦ ସହ ଅଟୋରିକ୍ସା (ଓଆର୍‌ ୧୯ ଏମ୍‌ ୭୭୩୫) ଏବଂ ସାଇକେଲ ଜବତ କରାଯାଇଛି। ମଦ କାରବାରରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି।

କଟରାପଡ଼ା ଗ୍ରାମର ଅଟୋରିକ୍ସା ଚାଳକ ଚଗଲା ସେଠୀ ଏବଂ ତାଙ୍କ ସହଯୋଗୀ ଗତିକୃଷ୍ଣ ପ୍ରଧାନ ଗାଡ଼ିରେ ମହୁଲି ମଦ ଚାଲାଣ କରୁଥିବାବେଳେ କନ୍ତୋର କେନାଲ ନିକଟରୁ ଧରାପଡ଼ିଥିଲେ। ସେମାନଙ୍କ ନିକଟରୁ ୩ ଜାରିକିନ୍‌ରେ ଥିବା ୧୫୦ ଲିଟର ମଦ ଜବତ କରାଯାଇଛି। ଏ ନେଇ ନଂ. ୪୧/୧୮ରେ ମାମଲା ରୁଜୁ କରାଯାଇଛି। ସେହିପରି ସାଇକେଲରେ ମଦ ଚାଲାଣ କରୁଥିବାବେଳେ କୁଆଳୋ କେନାଲ ନିକଟରୁ ଧରାପଡ଼ିଛନ୍ତି ଆମ୍ବପଳାସ ଗ୍ରାମର ରସାନନ୍ଦ ମହାପାତ୍ର। ତାଙ୍କ ନିକଟରୁ ୧୦ ଲିଟର ମଦ ଜବତ କରାଯାଇଛି। ଏ ନେଇ ନଂ. ୪୦/୧୮ରେ ମାମଲା ରୁଜୁ କରାଯାଇଛି। ବୁଧବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଆମ୍ବପଳାସ ଅଞ୍ଚଳରେ ବ୍ୟାପକ ମହୁଲି ମଦ କାରବାର ହେଉଛି। ଏହାକୁ ରୋକିବାକୁ ପରଜଙ୍ଗ ଥାନା ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠିତ ହୋଇଛି। ଟିମ୍‌ରେ ଏଏସ୍‌ଆଇ ଅଜୟ କୁମାର ସାହୁ, ଅବକାରୀ ବିଭାଗ ଏଏସ୍‌ଆଇ ବଟକୃଷ୍ଣ ରାଉଳଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି।

ଫୋଟୋ - http://v.duta.us/WiP9dgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/RTKz0QAA

📲 Get Anugul-dhenkanal News on Whatsapp 💬