[anugul-dhenkanal] - ମା’ କାଳୀଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ

  |   Anugul-Dhenkanalnews

ଭୁବନ, ୧୩।୧୧, (ଡିଏନ୍‌ଏ)-ଢେଙ୍କାନାଳ ଜିଲା ଭୁବନରେ ମା’ କାଳୀଙ୍କ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। କାଳୀ ବଜାର ବଣିକ ସଂଘ ମେଢ ଓ ସିନେମା ହଲ ଛକ କାଳୀ ମେଢ ଏହି ଭସାଣୀ ଉତ୍ସବରେ ସାମିଲ ହୋଇଥିଲେ। ସକାଳେ ପୂଜା ମଣ୍ଡପରେ ମା’ କାଳୀଙ୍କ ପ୍ରତିମା ପୂଜା କରି ସାରିବା ପରେ ମନ୍ଦିରରୁ ବାହାର କରାଯାଇଥିଲା। ଅପରାହ୍ନରେ ଭସାଣୀ ଉତ୍ସବ ଆରମ୍ଭ ହୋଇଥିଲା। କାଳୀ ବଜାର ମେଢ ପୂଜା ମଣ୍ଡପରୁ ବାହାରି ନୂଆ ବଜାରଠାରେ ପହଞ୍ଚିବା ପରେ ସିନେମା ହଲ ଛକ ମେଢ ଯାତ୍ରାରେ ସାମିଲ ହୋଇଥିଲା। ଦୁଇଟି ପୂଜା କମିଟି ପକ୍ଷରୁ ଅତ୍ୟାଧୁନିକ ବ୍ରାସବ୍ୟାଣ୍ଡ, ଲଉଡି ଖେଳ,ସଂକିର୍ତ୍ତନ ମଣ୍ଡଳୀ, ଘଣ୍ଟବାଦ୍ୟ ଆଦିକୁ ଭସାଣୀରେ ସାମିଲ କରାଯାଇଥିଲା। ଭସାଣୀ ଉତ୍ସବ ଦେଖିବାକୁ ଭୁବନ ବ୍ଲକ ଓ ଏନ୍‌ଏସିର ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି କାଳୀ ବଜାର ସଭାପତି ସମୀର କୁମାର ସାହୁ, ସମ୍ପାଦକ ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସିନେମା ହଲ ଛକ ପୂଜା ମଣ୍ଡପର ସଭାପତି ସନ୍ତୋଷ ପୋଥାଳ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଫୋଟୋ - http://v.duta.us/ldFTMgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/a5F-6QAA

📲 Get Anugul-dhenkanal News on Whatsapp 💬