[balasore] - ଅନାଥ ଆଶ୍ରମରେ ଦିନଟିଏ

  |   Balasorenews

ଖଇରା,୧୩।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗଣ୍ଡିବେଡ ବଜାରରେ ଅସହାୟଙ୍କୁ ସହାୟତା କରି ଆସୁଥିବା ସ୍ବାଭିମାନ ମଞ୍ଚ ଗୋଟିଏ ପରେ ଗୋଟିଏ ଜନହିତକର କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏହି ମଞ୍ଚ ୨ବର୍ଷ ମଧ୍ୟରେ ଗଣ୍ଡିବେଡକୁ ସ୍ବଚ୍ଛ ଓ ପ୍ରଦ୍ୟୁଷଣମୁକ୍ତ ଅଞ୍ଚଳ ଭାବେ ଗଢି ତୋଳିବାକୁ ଶପଥ ନେଇ କାର୍ଯ୍ୟକ୍ରମ ଜାରି ରଖିଛି। ସେହିପରି ମଞ୍ଚର ଆଉ ଏକ ନିଆରା ପଦକ୍ଷେପ ସେମାନଙ୍କର ମହାନ ହୃଦୟର ପରିଚୟ ଦେଇଛି। ରବିବାର ମଞ୍ଚ ସଭାପତି କୈଳାସ ସାହୁ ଓ ସମ୍ପାଦକ ଲକ୍ଷ୍ମୀକାନ୍ତ ଶଙ୍ଖୁଆଙ୍କ ନେତୃତ୍ୱରେ ସଦସ୍ୟମାନେ ଔପଦା ବ୍ଲକ ଅଧୀନ ଚିଞ୍ଚିଡାସ୍ଥିତ ପବିତ୍ରା ଦେବୀ ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ମାତା ପିତା ହରାଇ ରହୁଥିବା କୁନି କୁନି ଅନାଥ ପିଲାମାନଙ୍କ ସହ ସେମାନେ ଭାବବିନିମୟ କରିଥିଲେ। କେତେକ ପିଲା ସେମାନଙ୍କର ବିଗତ ଦିନର ଦୁଃଖ କହିବା ବେଳେ ଆଖିରୁ ଟୋପା ଟୋପା ଲୁହ ଝରି ପଡୁଥିଲା। ମଞ୍ଚର ସଦସ୍ୟମାନେ ସେମାନଙ୍କୁ ଆଶ୍ୱାସନା ଦେଇ ଜୀବନ ସହ ସଂଘର୍ଷ ଜାରି ରଖିବାକୁ ଆହ୍ବାନ ଦେଇଥିଲେ। ପରେ ମଞ୍ଚ ତରଫରୁ ପ୍ରସ୍ତୁତ କରାଯାଇଥିବା ଭୋଜନକୁ ସମସ୍ତେ ଏକାଠି ମିଶି ଖାଇଥିଲେ। ଆଶ୍ରମର ସମ୍ପାଦକ ରାମଚନ୍ଦ୍ର ନାୟକ ଅନ୍ତେବାସୀଙ୍କ ସହ ମିଶି ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ା ମଞ୍ଚର ସଂଯୋଜକ ସୁଶାନ୍ତ ମହାପାତ୍ର, ସଭ୍ୟ ସପନ ମହାନ୍ତି, ସୁବାଷ ଚନ୍ଦ୍ର ସାହୁ, ଗୌତମ ପାତ୍ର, ଗୋବର୍ଦ୍ଧନ ମହାରଣା, ଭରତ ମହାରଣା, ଜୀବନ ଦାସ, ଶମ୍ଭୁନାଥ ଜେନା, ଅମିତାଭ ପୃଷ୍ଟି ଓ ଅନୀଲ ମହାନ୍ତି ପ୍ରମୁଖ ଏହି ମହତ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।

ଫୋଟୋ - http://v.duta.us/bHZrhAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/21YmcgAA

📲 Get Balasore News on Whatsapp 💬