[balasore] - ‘ଅନ୍ଧବିଶ୍ୱାସର ଅନ୍ତ ପାଇଁ ବିଜ୍ଞାନର ପ୍ରଚାରପ୍ରସାର ଜରୁରୀ’

  |   Balasorenews

ଭଦ୍ରକ ଅଫିସ,୧୩ା୧୧-ବିଜ୍ଞାନର ପ୍ରଚାର ପ୍ରସାର ଦ୍ୱାରା ସମାଜରୁ ଅନ୍ଧବିଶ୍ୱାସ ଦୂର କରାଯାଇ ପାରିବ। ବିଜ୍ଞାନ ଶିକ୍ଷା ଓ ସଚେତନତା ଦ୍ୱାରା ବ୍ୟବସ୍ଥାରେ ସୁଧାର ଆସି ପାରିବ ଏବଂ ଏ କ୍ଷେତ୍ରରେ ଛାତ୍ରୀଛାତ୍ର ଅଗ୍ରଣୀ ଭୂମିକା ନେଇପାରିବେ ବୋଲି ଭଦ୍ରକ ଜିଲା ସ୍କୁଲ ପରିସରରେ ସେମାବାର ଅନୁଷ୍ଠିତ ଆନ୍ତଃ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳାରେ ବକ୍ତା ଓ ଅତିଥି ମତ ବ୍ୟକ୍ତ କରିଛନ୍ତି। ଏହି ବିଜ୍ଞାନ ମେଳାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବିନ୍ଦୁ ମାଧବ ବାଗୁରାଇ ବିଦ୍ୟାଳୟ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ମୁଖ୍ୟଅତିଥି, ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ ମୁଖ୍ୟବକ୍ତା, ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିଏଚ ବିଜୟଲକ୍ଷ୍ମୀ ଓ ବିନ୍ଦୁମାଧବ ବାଗୁରାଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚକ୍ରଧର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଭଦ୍ରକ ଜିଲା ବିଜ୍ଞାନ ପରିଦର୍ଶକ ସରୋଜ କୁମାର ପ୍ରଧାନ ବିଜ୍ଞାନ ଉପଦେଷ୍ଟା ରୂପେ ମଞ୍ଚାସୀନ ହୋଇ ବିଜ୍ଞାନର ପ୍ରଚାର ପ୍ରସାର ଦ୍ୱାରା ଅନ୍ଧବିଶ୍ୱାସ ଦୂର କରିବା ସମ୍ଭବ ବୋଲି କହିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଧିରାମଣୀ ଲେଙ୍କା ସ୍ବାଗତ ଭାଷଣ ଦେଇଥିଲେ। ଶିକ୍ଷକ ଅଶୋକ ଶତପଥୀ ବିଜ୍ଞାନ କ୍ଲବର ବାର୍ଷିକ ବିବରଣୀ ପାଠକରି ବିଜ୍ଞାନମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ା ଏହି ଅବସରରେ ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀ, ଅତୀଶ ବେହେରା, ଡା. ପ୍ରଭାସ ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମଜିବୁର ରହେମାନ ପ୍ରମୁଖ ଉପସ୍ଥିତ ଥିଲେ ା କନିଷ୍ଠ ବିଭାଗରେ ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲର ଛାତ୍ର ଶୁଭେନ୍ଦୁ କୁମାର ସିଲ୍‌ଙ୍କ ପ୍ରକଳ୍ପ ‘ସ୍ବୟଂ ଚାଳିତ ଆଲୋକ ନିୟନ୍ତ୍ରଣ ବ୍ୟବସ୍ଥା’ ପ୍ରଥମ ସ୍ଥାନ ଅଧିକାର କରିଥିଲା। ବରିଷ୍ଠ ବିଭାଗରେ ଜିଲା ସ୍କୁଲର ଗୋପାଳ ଚନ୍ଦ୍ର ରାମଙ୍କ ପ୍ରକଳ୍ପ ‘ସୁରକ୍ଷିତ ଗାଡିଚାଳନା ପାଇଁ ସତର୍କ ବ୍ୟବସ୍ଥା’ ପ୍ରଥମ ସ୍ଥାନ ହାସଲ କରିଥିଲା ା ଏଥିରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ା ଶେଷରେ ଶିକ୍ଷକ ମନୋଜ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ା

ଫୋଟୋ - http://v.duta.us/gp9nEQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Ql93yAAA

📲 Get Balasore News on Whatsapp 💬