[balasore] - ‘ଇଣ୍ଡିଆଜ୍‌ ଟ୍ୟାଲେଣ୍ଟ ସମ୍ରାଟ’: ୧୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ସାମିଲ

  |   Balasorenews

ବାଲେଶ୍ୱର ଅଫିସ, ୧୩।୧୧-ବାଲେଶ୍ୱର ସହର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଜାତୀୟସ୍ତରର ଟ୍ୟାଲେଣ୍ଟ ପ୍ରତିଯୋଗିତା ‘ଇଣ୍ଡିଆଜ୍‌ ଟ୍ୟାଲେଣ୍ଟ ସମ୍ରାଟ’ର ଅଡିଶନ୍‌ ପ୍ରଥମଥର ପାଇଁ ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଭାଜପା ଜିଲାସଭାପତି ମଦନମୋହନ ଦତ୍ତ ଓ ବିଭୁପଦ ଦାସ ଯୋଗଦେଇ ମିଳିତ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୫୦ଜଣ ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଚୟନ ହୋଇଛନ୍ତି। ଗୌରାଙ୍ଗ ଦାସ, ବିକାଶ ପାଢ଼ୀ ଓ ନୀତିନ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଗ୍ରାଣ୍ଡ ଫାଇନାଲ ଆସନ୍ତା ଡିସେମ୍ବର ୨୫ ମୁମ୍ବାଇଠାରେ ଅନୁଷ୍ଠିତ ହେବ। ‘ଇଣ୍ଡିଆଜ୍‌ ଟ୍ୟାଲେଣ୍ଟ ସମ୍ରାଟ’ କାର୍ଯ୍ୟକ୍ରମରେ ଜୁନିୟର, ସବ୍‌ଜୁନିୟର ଓ ସିନିୟର ଗ୍ରୁପ୍‌ରେ ନାଚ, ଗୀତ, ମଡେଲିଂ ଏବଂ ଅଭିନୟ ଆଦି ପ୍ରତିଯୋଗିତା କରାଯିବ। ବିଭିନ୍ନ ସହରରେ ଅଡିଶନ୍‌ ମାନ କରାଯାଇ ପ୍ରତିଯୋଗୀଙ୍କୁ ଚୟନ କରାଯିବାର ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ବିଚାରକ ମଣ୍ଡଳୀ ହିସାବରେ ଗାୟିକା ସୁଦୀପ୍ତା ଦାସ, ଓଲିଉଡ ନାୟକ ପ୍ରଭାସ, ଇଣ୍ଡିଆଜ୍‌ ଟ୍ୟାଲେଣ୍ଟ ସମ୍ରାଟର କୋଡାଇରେକ୍ଟର ନିରୁପମା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଶିଲ୍ପା ମାଇତି, ରାମକୃଷ୍ଣ ପ୍ରଧାନ, ଚିନ୍ମୟ ରଥ, ମାନସ ସୌଭାଗ୍ୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଫୋଟୋ - http://v.duta.us/SJJ2FwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/wk0XMwAA

📲 Get Balasore News on Whatsapp 💬