[balasore] - କାର-ବାଇକ୍‌ ମଧ୍ୟରେ ଧକ୍କା: ୨ ମୃତ

  |   Balasorenews

ଢେଙ୍କିକୋଟ, ୧୩।୧୧(ଡି.ଏନ.ଏ.): କେନ୍ଦୁଝର ବିଲା ପଣ୍ଡାପଡା ଥାନା ଅନ୍ତର୍ଗତ ନୁଦୁରପଡାଠାରେ ମାରୁତିକାର ସହ ବାଇକ୍‌ ଧକ୍କା ହେବା ଫଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ, ତୃପ୍ତି ସଫାରୀ ପରିଭ୍ରମଣ କରି ପଣ୍ଡାପଡା ଅଭିମୁଖେ ଯାଉଥିବା କାରଟିକୁ ବିପରୀତ ଦିଗରୁ ଆସୁଥିବାବେଳେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଯାଉଥିବା ଝୁମ୍ପୁରା ଥାନା ଅନ୍ତର୍ଗତ ରାଜାବସା ଗ୍ରାମର ଉଦିତନାରାୟଣ ନାଏକ(୨୪) ଏବଂ ଅଜୟକୁମାର ବାଗେ(୨୧) ରାସ୍ତା ଉପରsକୁ ଛିଟକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପଣ୍ଡାପଡା ଥାନା ସବଇନିସ୍ପେକ୍ଟର ଇନ୍ଦ୍ରମଣି ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ଦୁଇ ଗାଡିକୁ ଜବତ କରିବା ସହ ଡାକ୍ତରଖାନାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ କେସ୍‌ ନଂ-୧୦୭/୧୮ରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଛି।

ଫୋଟୋ - http://v.duta.us/fSd1rwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_KQfTAAA

📲 Get Balasore News on Whatsapp 💬