[balasore] - ଜନଶୁଣାଣି ଶିବିର ପ୍ରହସନ: ଜିଲାପାଳଙ୍କୁ ଭେଟିଲେ ଗଣମାଧ୍ୟମ ପ୍ରତିନିଧି

  |   Balasorenews

ସିମୁଳିଆ, ୧୩।୧୧(ଡି.ଏନ.ଏ.)-ସିମୁଳିଆ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମାତ୍ର ୭୭ ଜଣ ଅଭିଯୋଗକାରୀ ଯୋଗଦେଇଥିଲେ। ତେବେ ଏହି ଶିବିରରେ ଅଭିଯୋଗକାରୀଙ୍କଠାରୁ ବିଭାଗୀୟ ଅଧିକାରୀଙ୍କ ସଂଖ୍ୟା ଅଧିକ ଥିବା ଦେଖିବାକୁ ମିଳିଥିଲା। ଶୁଣାଣି ଶିବିର ସମ୍ପର୍କରେ ପ୍ରଚାର ପ୍ରସାର କରା ନ ଯିବା ସହିତ ଗଣମାଧ୍ୟମକୁ ମଧ୍ୟ ସୂଚନା ଦିଆଯାଇ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ସିମୁଳିଆରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ବିଡିଓ ଡ. ନରହରି ବେହେରାଙ୍କୁ ଡକାଇ ପଚାରିଥିଲେ। ତେବେ ବିଡିଓ କିମ୍ବା ଜିଲାପାଳ କୌଣସି ଉତ୍ତର ଦେଇ ନ ପାରିବା ସହିତ ଆଗକୁ ସମସ୍ତ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସଠିକ୍‌ ସୂଚନା ଦିଆଯିବ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସରକାର ଏହି ଶିବିର ମାଧ୍ୟମରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାର ଉଦ୍ଦେଶ୍ୟ ରଖିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହା ପ୍ରହସନରେ ପରିଣତ ହୋଇଛି।

ଫୋଟୋ - http://v.duta.us/3NRbFAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tUonpQAA

📲 Get Balasore News on Whatsapp 💬