[balasore] - ଜିଲାପାଳଙ୍କ ଅଫିସ ଘେରିଲେ ଅଙ୍ଗନୱାଡ଼ି କର୍ମୀ: ପ୍ରଶାସନର ହସ୍ତକ୍ଷେପ ପରେ ପ୍ରତ୍ୟାହୃତ

  |   Balasorenews

ବାଲେଶ୍ୱର ଅଫିସ, ୧୩।୧୧-ବିଭିନ୍ନ ଦାବି ନେଇ ଏଆଇଟିୟୁସି (ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିଅନ୍‌ କଂଗ୍ରେସ) ସହାୟତାରେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ, ବାଲେଶ୍ୱର ଶାଖା ତରଫରୁ ମଙ୍ଗଳବାର ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଗଣଧାରଣା ଦିଆଯାଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ।

ସଂଘ ନେତୃତ୍ୱରେ ସହସ୍ରାଧିକ କର୍ମୀ, ମିନି କର୍ମୀ ଓ ସହାୟିକାମାନେ ୨୦୧୪ ମସିହାର ରାଶନ କାର୍ଡ଼ ସର୍ଭେ ବାବଦୀୟ ପ୍ରାପ୍ୟ, ସରକାରଙ୍କ ନିୟମାନୁସାରେ କେନ୍ଦ୍ର ପରିଚାଳନା ପାଇଁ ୧୦ ହଜାର ଟଙ୍କା ଅଗ୍ରୀମ ପ୍ରଦାନ, ଏସ୍‌ଏନ୍‌ପିର ଜିଲାସ୍ତରୀୟ ଦର ଧାର୍ଯ୍ୟ କରିବା, ରିଫ୍ରେସର ଟ୍ରେନିଂ ଯାଇଥିବା ଅଙ୍ଗନୱାଡ଼ି କର୍ମୀଙ୍କ ବକେୟା ଭତ୍ତା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଦେୟ ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ଧାରଣାରେ ବସିଥିଲେ। ଜିଲା ସଭାନେତ୍ରୀ ପ୍ରତିଭା ପାଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ଜେନା, ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ବାଇଁ, ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ସଂଘର ଜିଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ, ଶାନ୍ତିପ୍ରିୟା ଜେନା, ନିର୍ବାସିନୀ ପ୍ରଧାନ, ସୁଷମା ପାତ୍ର, ମମତା ସେଠୀ, ପୂର୍ଣ୍ଣିମା ଜେନା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ମାନସ ପାଢ଼ୀଙ୍କଠାରେ ଦାବି ଉପସ୍ଥାପନ କରିଥିଲେ। ନଭେମ୍ବର ୨୩ତାରିଖ ସୁଦ୍ଧା ବକେୟା ଥିବା ସମସ୍ତ ପ୍ରାପ୍ୟ ପ୍ରଦାନ, ବାଲିଆପାଳରେ ସିଡିପିଓଙ୍କ ତ୍ରୁଟିଯୁକ୍ତ କେନ୍ଦ୍ର ବିଭାଜନ ପଦ୍ଧତିକୁ ରଦ୍ଦ ସହ ଅନ୍ୟ ଏକ କେନ୍ଦ୍ରର ହିତାଧିକାରୀମାନଙ୍କୁ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତ୍ୟାହାର ଉପରେ ପୁନର୍ବିଚାର କରିବା ଏବଂ ଦାବି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଫୋଟୋ - http://v.duta.us/qIE7GgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/qzzS_QAA

📲 Get Balasore News on Whatsapp 💬