[balasore] - ବର୍ଷେ ବିତିଲା ମିଳିଲାନି ସହାୟତା

  |   Balasorenews

ଆରଡି, ୧୨।୧୧ (ଡି.ଏନ.ଏ.)-ଫସଲ ହାନିକୁ ବର୍ଷେ ବିତିଲାଣି । ତଥାପି ମିଳିଲାନି ସହାୟତା । ଭିଏଡବ୍ଲ୍ୟୁଙ୍କ ଠାରୁ ଆରମ୍ଭ କରି ଜିଲା କୃଷି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କେବଳ ଆଶ୍ୱାସନା ଦେଇଚାଲିଛନ୍ତି କ୍ଷତି ପୂରଣ ମିଳିବ । ହେଲେ କ୍ଷତି ପୂରଣ ତ ମିଳିବା ଦୂରର କଥା, ଏବେ ଯାହାକୁ ଫୋନ ଯୋଗେ ପଚାରିବାରୁ ନିରାଶ ହେବାକୁ ପଡ଼ୁଛି। ଏକଥା କହିଛନ୍ତି ଭଦ୍ରକ ବଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡି ପଞ୍ଚାୟତର ବାତୋଳ ଗ୍ରାମର କୃଷକ ଅଜୟ ଦାସ । ତାଙ୍କ କହିବା ଅନୁସାରେ ସେ ଗତବର୍ଷ ବହୁ ଅର୍ଥ ବ୍ୟୟକରି ଶାରଦ ଚାଷ କରିଥିଲେ। ଗତବର୍ଷ ଅକ୍ଟୋବର ମାସରେ ପ୍ରଥମେ ଲଘୁଚାପ ଜନିତ ବର୍ଷା ଓ ପରେ ପୋକ ଲାଗିବା ଯୋଗୁ ତାଙ୍କର ଓ ତାଙ୍କ ଗ୍ରାମର ପ୍ରାୟ ୨୦ ଜଣଙ୍କ ଧାନଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ଗତବର୍ଷ ଅକ୍ଟୋବର ମାସ ୨୯ ତାରିଖରେ ଧରିତ୍ରୀରେ ‘ଧାନ କେଣ୍ଡାରେ ସବୁ ଅଗାଡି’ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶନ ପରେ ବ୍ଲକ କୃଷି ଅଧିକାରୀ, ଜିଲାର କେତେକ କୃଷି କର୍ମଚାରୀ କ୍ଷତି ହୋଇଥିବା ଫସଲ ବୁଲି ଦେଖିଥିଲେ । ଏଥି ସହିତ ଅଜୟଙ୍କୁ କ୍ଷତିପୂରଣ ମିଳିବ ବୋଲି ସେମାନେ ପ୍ରତଶ୍ରୁତି ଦେଇଥିଲେ ା ବ୍ଲକରେ ଆବଶ୍ୟକ କାଗଜ ପତ୍ର ପ୍ରଦାନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ସେହି ଅନୁସାରେ ଅଜୟ ସମସ୍ତ ବ୍ୟବସ୍ଥା କରିଥିଲେ ବି ବ୍ୟାଙ୍କ ଆକାଉଣ୍ଟରେ ଅର୍ଥରାଶି ଜମା ହୋଇଛି ଓ ତାହାକୁ ଉଠାଇବାକୁ ଜିଲା କୃଷିଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ କୁହାଯାଇଥିଲା। ବାରମ୍ବାର ବ୍ୟାଙ୍କ ଯାଇ ଆକାଉଣ୍ଟ ଚେକିଂ କରି ନିରାଶ ହୋଇପଡିଛନ୍ତି ଅଜୟ ା ଏବେ ସେ କ୍ଷତିପୂରଣ ପାଇବା ଆଶା ହରାଇ ନାହାନ୍ତି। ଯଦି ଏକମାସ ମଧ୍ୟରେ ତାଙ୍କୁ ଫସଲ ଜନିତ କ୍ଷତିପୂରଣ ଯୋଗାଇ ଦିଆ ନ ଯାଇଛି ସେ ଜିଲା କୃଷିଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି।

ଫୋଟୋ - http://v.duta.us/TKWDIgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/NVhHXgAA

📲 Get Balasore News on Whatsapp 💬