[balasore] - ରାଜଘାଟ, ହଳଦୀପଦା ଷ୍ଟେଶନ ସମସ୍ୟା: ୧୯ରେ ରେଳରୋକୋ ଚେତାବନୀ

  |   Balasorenews

ରୂପ୍‌ସା, ୧୩।୧୧(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲାର ରାଜଘାଟ ପାସେଞ୍ଜର ହଲ୍ଟ ଓ ହଳଦୀପଦା ରେଳ ଷ୍ଟେଶନ ପ୍ରତି ରେଳମନ୍ତ୍ରଣାଳୟ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ରାଜଘାଟ ଷ୍ଟେଶନ ଡେଭେଲପମେଣ୍ଟ କମିଟି ପକ୍ଷରୁ ୧୦ଦଫା ଦାବି ଓ ହଳଦୀପଦା ପ୍ରଗତି ମଞ୍ଚର ୮ ଦଫା ଦାବି ପୂରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଉଥିଲେ ହେଁ ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହଁି। ଫଳରେ ରାଜଘାଟଠାରେ ଆସନ୍ତା ୧୯ ତାରିଖରେ ୧୨ଘଣ୍ଟିଆ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ରେଳପଥ ଜେନେରାଲ ମ୍ୟାନେଜର, ଡିଆର୍‌ଏମ୍‌, ଜିଲାପାଳ, ଏମ୍‌ପି ଓ ବିଧାୟକଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ସମସ୍ୟାର ସମାଧାନ ପାଇଁ ଆସନ୍ତା ୧୫ ତାରିଖରେ ଏକ ତ୍ରିପାକ୍ଷିକ ଆଲୋଚନା ପାଇଁ ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଚିଠି (ନଂ. ୮୧୧୪। ତା ୯।୧୧।୧୮ରିଖ) ଅନୁଯାୟୀ ଜିଲାପାଳଙ୍କ ଚେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଖଡ଼ଗପୁର ଡିଭିଜନ ରେଲୱେ ମ୍ୟାନେଜର, ସିନିଅର ଡିଭିଜନାଲ କମର୍ସିଆଲ ମ୍ୟାନେଜର, ଏସ୍‌ପି, ଉପଜିଲାପାଳ, ଷ୍ଟେଶନ ମ୍ୟାନେଜରଙ୍କ ସମେତ ହଳଦୀପଦା ପ୍ରଗତି ମଞ୍ଚ ଓ ରାଜଘାଟ ଷ୍ଟେଶନ ଡେଭେଲପମେଣ୍ଟ କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ଅରପକ୍ଷରେ ୧୯ତାରିଖରେ ରେଳରୋକୋ ପାଇଁ ପୁଣି ଥରେ ରାଜଘାଟ ଡେଭେଲପମେଣ୍ଟ କମିଟି ସଭାପତି ଦୀପ୍ତିମାନ ପତିଙ୍କ ପୌରୋହିତ୍ୟରେ ରବିବାର ଚୂଡ଼ାନ୍ତ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ବିଶ୍ୱଜିତ ବେହେରା, ଡ. ପଙ୍କଜ କୁମାର ଜେନା, ଆଦିକାନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ଅନାଦି ଦାସ, ରବୀନ୍ଦ୍ର ମହାନ୍ତି, ସଂଗ୍ରାମ ଦାସ ମହାପାତ୍ର, ଧନଞ୍ଜୟ ଦାସ, ସନ୍ନ୍ୟାସୀ ପ୍ରଧାନ, ନନୀଗୋପାଳ ବ୍ରହ୍ମା, ସଂଗ୍ରାମ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରେଳ ବିଭାଗର ଖାମଖିଆଲି ମନୋଭାବକୁ ବିରୋଧ କରି ରେଳରୋକୋରୁ ଓହରିବାର ପ୍ରଶ୍ନ ଉଠୁନାହଁ ବୋଲି ଚେତାବନୀ ଦେଇଛନ୍ତି।

ଫୋଟୋ - http://v.duta.us/X9xjUAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/LEN2HwAA

📲 Get Balasore News on Whatsapp 💬