[berahampur] - ପାରିବାରିକ ହିଂସା, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

  |   Berahampurnews

ଦିଗପହଣ୍ଡି,୧୩।୧୧(ଡିଏନ୍‌ଏ) - ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀ ନାରାୟଣପୁର ଗ୍ରାମରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପର୍କୀୟମାନେ ସାନଭାଇ ଦୀନବନ୍ଧୁ ନାୟକଙ୍କୁ ବଡ ଭାଇ ପୁରୁଷୋତ୍ତମ ନାୟକ ଠେଙ୍ଗାରେ ଆକ୍ରମଣ କରିଥିବା ଜଣାପଡିଛି। ନୂଆଗଁା ଥାନା ତଦନ୍ତକାରୀ ପୋଲିସ ଅଧିକାରୀ ତ୍ରିପୁରାରୀ ମିଶ୍ର ଅଭିଯୁକ୍ତ ପୁରୁଷୋତ୍ତମକୁ ଥାନା ମାମଲା ନଂ-୧୫୧/୧୮ ଅନୁଯାୟୀ ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ନିଆଯାଇଛି। ଗତ ରବିବାର ରାତି ପ୍ରାୟ ସାଢେ ୯ଟାରେ ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ହୋଇଥିଲା। ପୁରୁଷୋତ୍ତମଙ୍କ ଠେଙ୍ଗା ମାଡରେ ଦୀନବନ୍ଧୁ ଗୁରୁତର ଆହତ ହୋଇଥିଲେ। ଦୀନବନ୍ଧୁଙ୍କୁ ବମଳେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଉଭୟ ପକ୍ଷଙ୍କ ଏତଲାକ୍ରମେ ଥାନା ମାମଲା ନଂ-୧୫୦/୧୮ ଓ ୧୫୧-୧୮ ଅନୁଯାୟୀ ସମୁଦାୟ ୬ ଜଣଙ୍କ ନାମରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/i6Mv2gAA

📲 Get Berahampur News on Whatsapp 💬