[berahampur] - ବାହ୍ୟ ମଳମୁକ୍ତ ସଚେତନତା ଅଭିଯାନରେ ସାମିଲି ହେଲେ ଜିଲାପାଳ, ପିଡି

  |   Berahampurnews

ଶେରଗଡ,୧୩।୧୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଗୋବିନ୍ଦପୁର ଗ୍ରାମରେ ମଙ୍ଗଳବାର ସକାଳୁ ଉକ୍ତ ଗ୍ରାମପଞ୍ଚାୟତକୁ ବାହ୍ୟ ମଳମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପହଞ୍ଚତ୍ ଏଥିରେ ସାମିଲ ହୋଇଥିଲେ। ଦୁଇ ଅଧିକାରୀ ପହଞ୍ଚତ୍ବା ଗୋବିନ୍ଦପୁର ଶିବ ମନ୍ଦିର ସମ୍ମୁଖରୁ ଏକ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ବିଡିଓ ସୁରଞ୍ଜନ କୁମାର ସାହୁ , ଅତିରିକ୍ତି ତହସିଲଦାର ଜ୍ୟୋତିମୟ ଦାଶ , ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା, ଜଳପରିମଳ ସହକାରୀ ଯନ୍ତ୍ରୀ କେଟିଭି ସୁନ୍ଦରମ, ବ୍ଲକ ଅଧ୍ୟକ୍ଷା ସାରସ ସ୍ବାଇଁ, ବ୍ଲକ ଉପାଧକ୍ଷ ବିଶ୍ୱନାଥ ସ୍ବାଇଁ, ସହକାରୀ ଯନ୍ତ୍ରୀ ମହିନ୍ଦ୍ର କୁମାର ଷଢଙ୍ଗୀ, ଜିଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ହୀନ ବେହେରା, ଗୋବିନ୍ଦପୁର ସରପଞ୍ଚ ସୀମାଞ୍ଚଳ ପ୍ରଧାନ ଓ ଜଳ ପରିମଳ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁ, ଗୁରୁଦେବ ଗୌଡଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଏକ ସଚେତନତା ସଭାରେ ଗ୍ରାମର ସମସ୍ତଙ୍କଘରେ ପାଇଖାନ କରି ବ୍ୟବହାର କରିବା ଓ ବାହାରେ ଶୌଚ ନକରିବାକୁ ପରାମର୍ଶ ଦେଇଥିଲେ।

ଫୋଟୋ - http://v.duta.us/XyR2rwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/MjWDRwAA

📲 Get Berahampur News on Whatsapp 💬