[berahampur] - ଲକ୍ଷ୍ମୀ ହତ୍ୟାକାଣ୍ଡ, ୨ ଗିରଫ

  |   Berahampurnews

ଶେରଗଡ,୧୩ା୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ କୁରୁଳା-ମିହିରକଣା ରାସ୍ତାରେ ଥିବା ଏକ ପୋଲ ଉପରେ ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁର ଲକ୍ଷ୍ମୀ ଦାସଙ୍କୁ ଗୁଳିମାଡ଼ ହୋଇଥିଲା। ଆହତ ଅବସ୍ଥାରେ ଲକ୍ଷ୍ମୀ ଦୌଡ଼ି ପଳାଉଥିବା ବେଳେ ଦୁର୍ବୃତ୍ତମାନେ ଖଣ୍ଡା ଧରି ତାଙ୍କୁ ଗୋଡ଼ାଇଥିଲେ। ପରେ ଲକ୍ଷ୍ମୀଙ୍କ ପତ୍ତା ମିଳି ନ ଥିଲା। ସୋମବାର ଗୋଠଗାଁ ନିକଟ ଘୋଡ଼ାହାଡ଼ ନଦୀ ପଠାରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ମିଳିଥିଲା। ତାଙ୍କ ଭାଇ ଯୁଧିଷ୍ଠିରଙ୍କ ଏତଲା ପ୍ରକାରେ ଶେରଗଡ଼ ପୋଲିସ ନଂ.୯୯/୧୮ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚାନ୍ଦୁଲିର ଗୋପି ମାଝି ଓ ଶିକିରିର ଶିଲୁ ଗୌଡ। ମଙ୍ଗଳବାର ଅପରାହ୍ନlରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଏକାଧିକ ବ୍ୟକ୍ତି ଫେରାର ଥିବା ପୋଲିସ କହିଛି। ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି। ଲକ୍ଷ୍ମୀଙ୍କ ଠାରୁ ଗୋପୀ ୧୩ଲକ୍ଷ ଟଙ୍କା କରଜ ନେଇଥିଲେ। ମାତ୍ର ସୁଧ ଠିକ୍‌ ଭାବେ ଦେଇ ପାରୁ ନ ଥିଲେ। ଫଳରେ ଲକ୍ଷ୍ମୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଫଳରେ କେତେଜଣ ସୁପାରିକିଲରଙ୍କ ସହ ଯୋଗାଯୋଗ କରିଥିଲେ। ଏନେଇ ୧ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ଗୋପୀ କହିବା ସହ ଅଗ୍ରୀମ ୩୫ ହଜାର ଦେଇଥିଲେ। ଲକ୍ଷ୍ମୀଙ୍କୁ ଟଙ୍କା ଦେବାକୁ କହି କୁରୁଳା ମିହିରକଣା ରାସ୍ତା ମଝିରେ ଥିବା ପୋଲ ଉପରକୁ ଡାକିଥିଲା। ପୂର୍ବ ଯୋଜନା ମୁତାବକ ତଳେ ଛପି ରହିଥିବା ସୁପାରି କିଲରମାନେ ତାଙ୍କୁ ଗୁଳି କରିଥିଲେ। ପରେ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆସିକା ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡା କହିଛନ୍ତି।

ଫୋଟୋ - http://v.duta.us/tBt5nQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ooqe1gEA

📲 Get Berahampur News on Whatsapp 💬