[rayagada] - ତହସିଲଦାରଙ୍କୁ ସିପିଆଇ (ଏମ୍‌) ଦେଲା ଦାବିପତ୍ର

  |   Rayagadanews

କାଶୀନଗର, ୧୩ା୧୧(ଡି.ଏନ.ଏ.)- ଗଜପତି ଜିଲା କାଶୀନଗର ବ୍ଲକ ସିପିଆଇ(ଏମ୍‌) ପକ୍ଷରୁ ମଙ୍ଗଳବାର ବ୍ଲକସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ରାଜ୍ୟ ସମ୍ପାଦକ ଜଗନ୍ନାଥ ମିଶ୍ର, ଡିଓ୍ବାଇଏଫ୍‌ଆଇ ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ କେ. ମୀନାରାଓ, ସୌମେନ୍ଦ୍ର ଶବର, କେ.ସଞ୍ଜିବ, ଶୁକୁ ଶବର, କାର୍ତ୍ତିକ ଶବରଙ୍କ ନେତୃତ୍ୱରେ କର୍ମୀମାନେ ସ୍ଥାନୀୟ ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ତହସିଲଦାର ଶାନ୍ତି ସ୍ବରୂପ ମିଶ୍ରଙ୍କୁ ଦାବିପତ୍ର ଦେଇଥିଲେ। ଚାଷୀଙ୍କୁ ବାତ୍ୟା ଜନିତ ଫସଲ କ୍ଷୟକ୍ଷତିର କ୍ଷତିପୂରଣ ଓ ଧାନ ଏକର ପିଛା ୨୫ହଜାର ଟଙ୍କା ଦେବା, ମାଗଣାରେ ସାର ବାଣ୍ଟିବା, ବାତ୍ୟା ଦ୍ୱାରା ବାସହୀନ ହୋଇପଡ଼ିଥିବା ବ୍ୟକ୍ତିଙ୍କୁ ଆବାସ ଗୃହ ଯୋଗାଇବା, ଛାତ୍ରୀଛାତ୍ରଙ୍କ ସମସ୍ତ ଫି’ ଛାଡ଼ କରିବା, ମାଗଣାରେ ପୋଷାକ ଦେବା, ଗୃହ ନିର୍ମାଣ ପାଇଁ ମାଗଣାରେ ବାଲି, ଇଟା ଯୋଗାଇଦେବା, କାଜୁ ବିକ୍ରି ପାଇଁ ମଣ୍ଡି ଖୋଲିବା, ନବନିର୍ମିତ ଆଦର୍ଶ ବିଦ୍ୟାଳୟ ଲାଗି ହଷ୍ଟେଲ ନିର୍ମାଣ କରାଯିବାକୁ ଦାବି ଉପସ୍ଥାପନ ହୋଇଛି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/iafNFQAA

📲 Get Rayagada News on Whatsapp 💬