[rayagada] - ବସ୍‌-ବାଇକ୍‌ ଧକ୍କା: ୨ ଗୁରୁତର, ବସ୍‌ ଡ୍ରାଇଭର ଗିରଫ

  |   Rayagadanews

ଗୋଷାଣି, ୧୩ା୧୧(ଡି.ଏନ.ଏ.)- ଗଜପତି ଜିଲା ଗୋଷାଣି ବ୍ଲକର ଅଡାଗାଁ ନିକଟରେ ମଙ୍ଗଳବାର ଏକ ବାଇକ୍‌ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ୨ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗୋଷାଣି ବ୍ଲକ ଅଡବା ଗ୍ରାମର ଟେମ୍ବୁରୁ ବୁଡୁ ଓ ନରହରିପୁର ଗ୍ରାମର ରୁଙ୍କୁ ରାଇନା। ଗୁରାଣ୍ଡି ଥାନା ପୋଲିସ ଉକ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧. ୧୫ମିନିଟ୍‌ରେ ରାଜେଶ୍ୱରୀ ନାମକ ବସ୍‌ (ନଂ. ଓଆର୍‌ -୨୦-୫୦୪୩) ପାରଳାଖେମୁଣ୍ଡିରୁ ଭୀମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ପଟୁ ଗୋଟିଏ ମୋଟରସାଇକେଲ (ନଂ. ଏପି ୨୮-ଏଆର୍‌ ୦୧୩୬) ଯୋଗେ ବୁଡୁ ଓ ରାଇନା ଆସୁଥିଲେ। ଅଡଗାଁଠାରେ ଗାଡ଼ି ଦୁଇଟି ନିୟନ୍ତ୍ରଣ ହରାଇବାରୁ ପରସ୍ପର ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ ବୁଡୁ ଓ ରାଇନା ଗୁରୁତର ଆହତ ହୋଇଥିଲେ। ଦୁହିଁଙ୍କୁ ପ୍ରଥମେ ଗୁରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁହିଁଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓ ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ି ଦୁଇଟିକୁ ଜବତ କରିବା ସହ ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛନ୍ତି। ଏନେଇ ୨୭୯, ୩୩୭, ୩୩୮ ଦଫାରେ କେସ୍‌ ନଂ. ୮୫/୧୮ ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରାଓ କହିଛନ୍ତି।

ଫୋଟୋ - http://v.duta.us/UFOCcwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/bh_gEgAA

📲 Get Rayagada News on Whatsapp 💬