[sambalpur] - କୃତ୍ରିମ ପ୍ରଜନନ ଉପରେ ତାଲିମ ନେଲେ ଗୋପାଳକ

  |   Sambalpurnews

ଧମା,୧୩।୧୧(ଡି.ଏନ୍‌.ଏ.)- ଧମା ପଶୁ ଡାକ୍ତରଖାନାରେ ମାନେଶ୍ୱର ବ୍ଲକସ୍ତରୀୟ ଗୋପାଳନ ଦକ୍ଷତା ବୃଦ୍ଧି ଶିବିର ମଙ୍ଗଳବାର ଆରମ୍ଭ ହୋଇଯାଇଛି । ୫ଦିନ ଧରି ହେବାକୁ ଥିବା ଏହି ଶିବିରରେ ମାନେଶ୍ୱର ବ୍ଲକର ୧୪ଟି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରୁ ଗୋପାଳକମାନେ ଯୋଗଦେଇଥିଲେ। ପ୍ରଥମ ଦିବସରେ ମାନେଶ୍ୱର ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଉମାକାନ୍ତ ସାହୁଙ୍କ ତତ୍ୱାବଧାନରେ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନବୀନ କୁମାର ମିଶ୍ର, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଶାନ୍ତ କୁମାର ଦାଶ ଯୋଗଦେଇ ଉପସ୍ଥିତ ଗୋପାଳକମାନଙ୍କୁ ଗାଈର ଯତ୍ନ, ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଘାସ ଚାଷ ଆଦି ଉପରେ ତାଲିମ ଦେବା ସହ ରୋଗ ପ୍ରତିଷେଧକ ଟିକା ଏବଂ କୃତ୍ରିମ ପ୍ରଜନନ ଉପରେ ତାଲିମ ପ୍ରଦାନ କରିଥିଲେ। ଶିବିରକୁ ଦୁଗ୍ଧ ନିୟନ୍ତ୍ରକ କ୍ଷୀରୋଦ ମିଶ୍ର ଓ ପ୍ରାଣୀଧନ ନିରୀକ୍ଷକ ସରୋଜ ନାଏକ ଉପସ୍ଥିତ ରହି ପରିଚାଳନା କରୁଛନ୍ତି। ଏଥିରେ ଡକରା, ଦେଓଗାଁ, ବରଗାଁ, ସାହାସପୁର, ବଦୁଆପାଲି, ମିର୍ଗାମୁଣ୍ଡା, ନୂଆଁତିହୁରା ଆଦି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ଅଧିନସ୍ଥ ଗୋପାଳକମାନେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଫୋଟୋ - http://v.duta.us/Y_5L8AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/sifjvAAA

📲 Get Sambalpur News on Whatsapp 💬